ମର୍ମନ୍ତୁଦ ଦୁର୍ଘଟଣାରେ ୩ ମୃତ ; ୨ ଗୁରୁତର

ଚିତ୍ରକୁଟ : ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲା ରାଜପୁର ଥାନା ଅନ୍ତର୍ଗତ ପାଣ୍ଡେ ପୁରବା ନିକଟରେ ବଡ ଧରଣର ସଡକ ଦୁର୍ଘଟଣା ଘଟିଥିବା ନେଇ ଶନିବାର ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଟ୍ରକ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଯୋଗ୍ୟ , ଏକ ଟ୍ରକର ପମ୍ପଚର ଚକା ଠିକ କରୁଥିବା ସମୟରେ ଅନ୍ୟ ଏକ ଟ୍ରକ ସେହି ଲୋକଙ୍କ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ୨ ଜଣଙ୍କର ଓ ଜଣଙ୍କର ହସ୍ପିଟାଲ ନେବା ସମୟରେ ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.