ହାଥରସରେ ଦଙ୍ଗା ଲାଗି ବିଦେଶରୁ ଆସିଛି ପାଣ୍ଠି; ସାରା ଦେଶରେ ଜାତିଗତ ହିଂସା ପାଇଁ ହୋଇଥିଲା ଷଡ଼ଯନ୍ତ୍ର

ହାଥରସ ମାମଲାକୁ ନେଇ ଦେଶରେ ଜାତିଗତ ଦଙ୍ଗା ପାଇଁ ହୋଇଥିବା ଏକ ଷଡ଼ଯନ୍ତ୍ରର ରହସ୍ୟ ଫିଟିଛି । ଆମେରିକାରୁ ଏଥିପାଇଁ ବେଡ଼ ଧରଣର ଯୋଜନା କରାଯାଇଥିଲା ଓ ଦେଶରେ ହିଂସା-ବିଦ୍ଵେଷର ନିଆଁ ଜାଳିବାକୁ ଚେଷ୍ଟା ହୋଇଥିଲା । ଏହି କ୍ରମରେ କେବଳ ’ଜଷ୍ଟିସ୍ ଫର୍ ହାଥ୍ରାସ୍’ ନାମକ ଏକ ୱେବସାଇଟ୍ ସୃଷ୍ଟି ହୋଇନାହିଁ, ଏଥିରେ ଉତ୍ତେଜନାତ୍ମକ ଘଟଣା ଓ ବିଷୟବସ୍ତୁ ରଖି ଲୋକଙ୍କ ମଧ୍ୟରେ ଭୁଲ ତଥ୍ୟ ମଧ୍ୟ ପ୍ରସାରିତ କରାଯାଇଛି ।  ଏତିକି ନୁହେଁ, ହାଥରସ ଘଟଣା ଆଧାରରେ ସମଗ୍ର ଦେଶକୁ ଜାତି ଭିତ୍ତିକ ହିଂସା ଭିତରକୁ ଠେଲିବା ପାଇଁ ଏହି ଏହି ନିର୍ଦ୍ଦେଶନାମା ସହିତ କେଉଁ ସମୟରେ, କାହାକୁ ଏବଂ କେଉଁଠାରେ ଟାର୍ଗେଟ୍ କରାଯିବ ତାହା ମଧ୍ୟ ନିର୍ଦେଶ ଦିଆଯାଇଛି ।

ସୂତ୍ରରୁ ପ୍ରକାଶ ଯେ ବିଦେଶୀ ପାଣ୍ଠିରେ ଅନିୟମିତତା ପାଇବା ପରେ ସରକାର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଥିବାରୁ ହାଥରସ ମାମଲାରେ ଆମନେଷ୍ଟି  ଇଣ୍ଟରନ୍ୟାସନାଲ ସରକାରଙ୍କଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲା ।  କେବଳ ଏତିକି ନୁହେଁ, ହାଥରାସ ହିଂସା ବିସ୍ତାର କରିବାକୁ ଇସଲାମ ଦେଶରୁ ବିପୁଳ ପରିମାଣର ଅର୍ଥ ମଧ୍ୟ ଆସିଥିଲା।  ହାଥରାସ ନାମରେ ୱେବସାଇଟ୍ କେବଳ ସମଗ୍ର ଦେଶକୁ ଜାତିଗତ ହିଂସା ଭିତରକୁ ଠେଲିବା ପାଇଁ ପ୍ରସ୍ତୁତ କରାଯାଇ ନଥିଲା, ବରଂ ଏଥିରେ କିପରି ଆକ୍ରମଣ କରାଯିବ ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା। ଏଥିରେ  ମାସ୍କ ପିନ୍ଧି ଆକ୍ରମଣ କରିବା ଏବଂ ପ୍ରଦର୍ଶନ ସମୟରେ ପ୍ରଶାସନିକ ଅଧିକାରୀଙ୍କୁ ନିଶାଣ  କରିବାକୁ କୁହାଯାଇଥିଲା।

ହାଥରସ ମାମଲାରେ ମିଳିଥିବା ପ୍ରମୁଖ ସୂଚନା
– ଷଡଯନ୍ତ୍ରରେ ପିଏଫଆଇ, ଏସଡ଼ିପିଆ, ୟୁପି ମାଫିଆଙ୍କ ସଂପୃକ୍ତି 
– ଉଦ୍ଦେଶ୍ୟମୂଳକ ଭାବେ ପୀଡ଼ିତାଙ୍କ ବିଷୟକୁ ନେଇ ଗୁଜବ ପ୍ରଚାର 
– ’ଫୋଟୋଶପ୍’ରେ ଏକ ଦଙ୍ଗା ସୃଷ୍ଟିକାରୀ ଫଟୋ ପ୍ରକାଶ
– ମାମଲାକୁ ପ୍ରଚାରକାଳରେ  ଚଣ୍ଡିଗଡ଼ କେସ୍ ଫଟୋ ବ୍ୟବହାର
– ଏପର୍ଯ୍ୟନ୍ତ ଅନୁସନ୍ଧାନରେ କିଛି ଅଡିଓ ଟେପ୍ ମଧ୍ୟ ମିଳିଥିଲା
– ଅଡିଓ ଟେପରେ ରାଜନୈତିକ ଦଳର ନେତା -ସାମ୍ବାଦିକଙ୍କ ସ୍ୱର
– ଫୋରେନସିକ୍ ଅନୁସନ୍ଧାନ ପାଇଁ ପଠାଯାଇଥିବା ଅଡିଓ ଟେପ୍
– ପୀଡିତାଙ୍କ ପରିବାରକୁ ଉତ୍ତେଜିତ କରିବା ପାଇଁ ବିପୁଳ ଅର୍ଥ ପ୍ରଦାନ
– ପୀଡିତାଙ୍କ ପରିବାରକୁ ଦିଆଯାଇଥିବା ୫୦ ଲକ୍ଷ -୧ କୋଟିର ଲୋଭ

ଏହା ସହ ହାଥରସ ଘଟଣାକୁ ନେଇ ହିଂସା ସୃଷ୍ଟି କରିବାକୁ ନକଲି ଚିତ୍ର ଭାଇରାଲ କରାଯିବା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମିଛ ବିବୃତି ଭାଇରାଲ କରାଯିବା, ପୀଡ଼ିତା ଯୁବତୀକୁ ନେଇ ମିଥ୍ୟା ଓ ଉତ୍ତେଜନାମୂଳକ ଖବର ପ୍ରକାଶ କରିବା, ପୀଡ଼ିତାଙ୍କ ପରିବାରକୁ ଟଙ୍କା ଦିଆଯିବା ଆଦିରୁ ଅନେକ ଷଡ଼ଯନ୍ତ୍ରର ପ୍ରମାଣ ମିଳିଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏହି ଘଟଣାରେ କିଛି ରାଜନେତା, ତଥାକଥିତ ମାନବାଧିକାର କର୍ମୀ ଓ କେତେକ ସାମ୍ବାଦିକ ସମ୍ପୃକ୍ତ ଥିବାର ସୂଚନା ମିଳିଛି ।

Comments are closed.