ପେଟ୍ରୋଲ ଟ୍ୟାଙ୍କରରେ ନିଆଁ ଲାଗିବା ପରେ ଖେଳିଗଲା ଆତଙ୍କ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲାରେ ଶନିବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏକ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ରାସ୍ତାରେ ଓଲଟି ପଡ଼ିବା ପରେ ସେଥିରେ ନିଆଁ ଲାଗିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଗୋରଖପୁର-ସୋନୌଲି ଜାତୀୟ ରାଜପଥର ପରସା ମହନ୍ତ ଗାଁ ନିକଟରେ ମଙ୍ଗଳବାର ଭୋର ପ୍ରାୟ ସାଢ଼େ ୪ଟାରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ପରେ ସେଥିରେ ନିଆଁ ଲାଗିଯାଇଥିଲା। କ୍ଷଣକ ମଧ୍ୟରେ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା। ଘଟଣା ପରେ ଉକ୍ତ ରାସ୍ତାରେ ୨ ଘଣ୍ଟା ପର୍ଯ୍ୟନ୍ତ ଗାଳି ଚଳାଚଳ ବନ୍ଦ ରହିଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

Comments are closed.