ବଦାନ୍ୟ ଭିକ୍ଷୁକ

0

ପ୍ରବଳ ବର୍ଷା ଯୋଗୁଁ କେରଳବାସୀ ଏ ପର୍ଯ୍ୟନ୍ତ ସେଇ ବନ୍ୟା ଦୁର୍ଦଶାରୁ ମୁକୁଳି ପାରିନାହାନ୍ତି। କେରଳର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ସାରା ଦେଶ ଅଣ୍ଟା ଭିଡ଼ିଥିଲା। ଆବାଳ ବୃଦ୍ଧ ବନିତା କେରଳ ବନ୍ୟା ପ୍ରପୀଡ଼ିତଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ। ଏମାନଙ୍କ ମଧ୍ୟରେ ବି ସାମିଲ ହୋଇଥିଲେ ଜଣେ ଭିକ୍ଷୁକ। କେରଳର କୋଟ୍ଟାୟାମ୍‍ ଜିଲା ପୁଞ୍ଜର ଗ୍ରାମର ଜନୈକ ଭିକ୍ଷୁକ ମହାନନ୍‍ ଭିକ୍ଷାବୃତ୍ତି କରି ୯୪ ଟଙ୍କା ରଖିଥିଲେ। ତାହା ସେ କେରଳ ରିଲିଫ ଫଣ୍ଡ୍‌କୁ କେମିତି ଦେବେ, ଜାଣିପାରୁ ନଥିଲେ। ଇରାଟ୍ଟୁପେଟ୍ଟାର ପୂର୍ବତନ ମ୍ୟୁନିସିପାଲ ଚେୟାରମ୍ୟାନ୍‍ ଟିଏମ୍‍ ରସିଦ୍‍ଙ୍କ ସହାୟତାରେ ଏହି ଟଙ୍କା ଦାନ କରିଥିଲେ ସେ।

Leave A Reply