କରୋନାକୁ ନେଇ ସାମ୍ନାକୁ ଆସିଲା ବଡ଼ ରହସ୍ୟ; ଚୀନର ଏକ ଗୁମ୍ଫାରେ ଉହାନ ବୈଜ୍ଞାନିକଙ୍କୁ କାମୁଡ଼ିଥିଲା ବାଦୁଡି

ଉହାନ : ଗତ ବର୍ଷ ଚୀନ୍‌ର ଉହାନରେ ବିଶ୍ୱକୁ ବିପର୍ଯ୍ୟସ୍ତ କରି ଦେଇଥିବା ମହାମାରୀ କରୋନା ଭୂତାଣୁ ବ୍ୟାପିବା ଆରମ୍ଭ ହୋଇଥିଲା। ଗୋଟିଏ ବର୍ଷ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଟିମ୍ ଚୀନ୍ କରୋନା ଭୂତାଣୁର ଉତ୍ସ ଖୋଜିବାକୁ ଉହାନରେ ପହଞ୍ଚିଛନ୍ତି। ପୂର୍ବରୁ ଚୀନ ଏହା ଉପରେ ରୋକ ଲଗାଇଥିଲା। ଏହା ମଧ୍ୟରେ WHO ଟିମ୍ କରୋନା ଭୂତାଣୁ ଉପରେ ଏକ ବଡ଼ ରହସ୍ୟ ସାମ୍ନାକୁ ଆଣିଛନ୍ତି। ଚୀନର ଏକ ରହସ୍ୟମୟ ଗୁମ୍ଫାରେ ଉହାନ ବୈଜ୍ଞାନିକଙ୍କୁ ବାଦୁଡିମାନେ କାମୁଡ଼ିଥିଲେ। ଏହାକୁ ଚୀନର ବୈଜ୍ଞାନିକମାନେ ମଧ୍ୟ ସ୍ବୀକାର କରିଛନ୍ତି। ଚୀନ ବୈଜ୍ଞାନିକମାନଙ୍କ ଅବହେଳାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ତେବେ ଆସନ୍ତୁ ପୁରା ଘଟଣା ଏବଂ ବିବାଦୀୟ ଭିଡିଓ ଉପରେ ନଜର ପକାଇବା…..

ପ୍ରାୟ ଦୁଇ ବର୍ଷ ପୂର୍ବେ ଚୀନର ଏକ ଜାତୀୟ ଟିଭି ଚ୍ୟାନେଲ ସିସିଟିଭିରେ ଦେଖାଯାଇଥିବା ଏକ ଭିଡିଓରେ ଚୀନର ବୈଜ୍ଞାନିକମାନେ ବାଦୁଡି କାମୁଡ଼ାକୁ ସ୍ୱୀକାର କରିଛନ୍ତି। ଭିଡିଓରେ ଏହା ମଧ୍ୟ ଦେଖାଯାଇଛି ଯେ ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ବୈଜ୍ଞାନିକମାନେ ବାଦୁଡି ନମୁନା ନେବାରେ ଅବହେଳା କରିବା ସମୟରେ ସେମାନେ ବାଦୁଡି ଆକ୍ରମଣର ଶିକାର ହୋଇଥିଲେ। ଚୀନ ବୈଜ୍ଞାନିକମାନେ ନମୁନା ସଂଗ୍ରହ ପାଇଁ ଯାଇଥିବା ଉକ୍ତ ଗୁମ୍ଫାକୁ କରୋନା ଭୂତାଣୁ ସଂକ୍ରମିତ ବାଦୁଡିଙ୍କ ଘର ବୋଲି କୁହାଯାଏ।

ଚୀନ ବୈଜ୍ଞାନିକଙ୍କ ଅବହେଳା ବିଶ୍ୱକୁ ଭାରି ପଡିଲା

ତାଇୱାନ ନ୍ୟୁଜ୍ ଅନୁଯାୟୀ, ଡିସେମ୍ବର ୨୯, ୨୦୧୭ରେ ଚାଇନାର ଏକ ସରକାରୀ ଟିଭି ଚ୍ୟାନେଲରେ ଗୋଟିଏ ଭିଡିଓ ଜାରି କରାଯାଇଥିଲା, ଯେଉଁଥିରେ ଚୀନ୍‌ର ବ୍ୟାଟ୍ (ବାଦୁଡି) ମହିଳା କୁହାଯାଉଥିବା ସି ଜେଙ୍ଗଲି ଏବଂ ତାଙ୍କ ଟିମ୍ ସାର୍‌ସର ଉତ୍ପତ୍ତି ବିଷୟରେ ଜାଣିବାକୁ ବାହାରିଥିଲେ। ଏହି ସମୟର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ। ସେମାନେ ଗୁମ୍ଫା ଭିତରେ ବାଦୁଡିମାନଙ୍କୁ ଧରିବା ସମୟରେ ଅନେକ ଅବହେଳା କରିଥିଲେ। ଯାହା ଫଳରେ ଜଣେ ଅନୁସନ୍ଧାନକାରୀଙ୍କୁ ବାଦୁଡି କାମୁଡ଼ି ଦେଇଥିଲା। ଗବେଷକ ନିଜେ ଭିଡିଓରେ ଏହା ସ୍ୱୀକାର କରିଛନ୍ତି ଏବଂ ତାଙ୍କ ହାତ ମଧ୍ୟ ଦେଖାଇଛନ୍ତି। ଭିଡିଓରେ ଦେଖାଯାଇଛି ଯେ ଦଳର ସଦସ୍ୟମାନେ ସର୍ଟ ଏବଂ ଟି-ସାର୍ଟ ପିନ୍ଧି ବାଦୁଡିଙ୍କ ଅତ୍ୟଧିକ ସଂକ୍ରାମକ ମଳ ସଂଗ୍ରହ କରୁଛନ୍ତି। ସେହି ସମୟ ମଧ୍ୟରେ କେହି ପିପିଇ (PPE) କିଟ୍ ପିନ୍ଧି ନାହାଁନ୍ତି ।

ଉହାନ ଲ୍ୟାବ ଅନୁସନ୍ଧାନକାରୀ କହିଛନ୍ତି ଯେ, ବାଦୁଡିର ବିଷାକ୍ତ ଦାନ୍ତ ମୋ ରବର ଗ୍ଲୋଭ୍‌ସ ଭେଦ କରିବା ପରେ ଅନୁଭବ ହେଲା ଯେପରି ଗୋଟିଏ ଛୁଞ୍ଚି ମୋ ହାତରେ ପଶିଯାଇଛି। କେବଳ ଏତିକି ନୁହେଁ, ଉହାନ ଲ୍ୟାବ ଭିତରେ ଥିବା କର୍ମଚାରୀମାନେ ଚଷମା ବିନା କାମ କରୁଥିବା ଦେଖାଯାଇଥିଲା। ଭିଡିଓରେ ଦେଖାଯାଉଛି ଯେ ଜଣେ ଚାଇନାର ବୈଜ୍ଞାନିକ ଖାଲି ହାତରେ ବାଦୁଡିକୁ ଧରିଛନ୍ତି। ଯଦିଓ ସେଠାରେ କିଛି ସଦସ୍ୟ ଥିଲେ ଯେଉଁମାନେ ସେଭିଙ୍ଗ୍ ସୁଟ୍ ପିନ୍ଧିଥିଲେ, କିନ୍ତୁ  ସେମାନଙ୍କ ସହ କଥାବାର୍ତ୍ତା କରୁଥିବା ଅନ୍ୟ ବ୍ୟକ୍ତିମାନେ ସାଧାରଣ ପୋଷାକରେ ଥିଲେ। ଏହି ବୈଜ୍ଞାନିକମାନେ ‘ଜୀବନ୍ତ ଜୀବାଣୁ’ ଉପରେ ଗବେଷଣା କରୁଥିଲେ ଏବଂ ମାସ୍କ ପିନ୍ଧି ନ ଥିଲେ। କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁରକ୍ଷା ପାଇଁ ଏଭଳି ଲ୍ୟାବ ଭିତରେ ପିପିଇ କିଟ୍ ବାଧ୍ୟତାମୂଳକ କରିଛି।

ସୂଚନାଯୋଗ୍ୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦଳ ଚୀନ୍‌ରେ ଅଛନ୍ତି ଏବଂ କରୋନା ଉତ୍ସର ଅନୁସନ୍ଧାନ କରୁଛନ୍ତି । ଏହି ଅନୁସନ୍ଧାନକାରୀ ଦଳକୁ ବହୁ କଟାକ୍ଷ ପରେ ଏଠାକୁ ଆସିବାକୁ ଚୀନ୍ ଅନୁମତି ଦେଇଛି।

ଏହି ଭିଡିଓ ପ୍ରଥମେ ଚୀନର ସାଇନ୍ସ ଏକ୍ସପ୍ଲୋରେସନ୍ ସେଣ୍ଟର ଦ୍ୱାରା ପୋଷ୍ଟ କରାଯାଇଥିଲା, କିନ୍ତୁ ପରେ ଚୀନ୍ ଦ୍ୱାରା ଏହାକୁ ସେନ୍ସର କରାଯାଇଥିଲା। ଭିଡିଓରେ ଚୀନ୍‌ର ବ୍ୟାଟ୍(ବାଦୁଡି) ମହିଳା କହୁଛନ୍ତି ଯେ, ଲୋକମାନେ ଯେପରି ଏହି କାର୍ଯ୍ୟକୁ ବିପଜ୍ଜନକ ବୋଲି ଭାବୁଛନ୍ତି, ପ୍ରକୃତରେ ତାହା ସେତେ ବିପଜ୍ଜନକ ନୁହେଁ। ସେ କହିଛନ୍ତି ଯେ ଏହା ସତ୍ୟ ଯେ ବାଦୁଡିରେ ଅନେକ ବିପଜ୍ଜନକ ଭୂତାଣୁ ରହିଥାଏ, କିନ୍ତୁ ସେମାନଙ୍କଠାରୁ ଭୂତାଣୁ ସିଧାସଳଖ ମଣିଷକୁ ସଂକ୍ରମିତ ହେବାର ଆଶଙ୍କା ବହୁତ କମ୍ ଥାଏ।

Comments are closed.