ବିଗ ବଜାରକୁ ଜୋରିମାନା – କ୍ୟାରୀ ବ୍ୟାଗ ପାଇଁ ନେଉଥିଲା ପଇସା

ଡେସ୍କ: ବିଭିନ୍ନ ସପିଙ୍ଗ ମଲରେ ଗ୍ରାହକମାନଙ୍କୁ ବିନା ଅର୍ଥରେ କ୍ୟାରୀ ବ୍ୟାଗ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ବିଗ ବଜାର ଏଥି ପାଇଁ ଅର୍ଥ ଦାବି କରିବା ମହଙ୍ଗା ପଡିଛି। ଚଣ୍ଡୀଗଡ଼ ସେକ୍ଟର – ୪୮ ନିବାସୀ ଭାବନା ଗୁପ୍ତା, ସେକ୍ଟର – ୪୭ ନିବାସୀ ଚେତନ ଗୋୟଲ ଏବଂ ମୋହାଲି ନିବାସୀ ତନୁ ମଲ୍ଲିକ ଏ ନେଇ ଉପଭୋକ୍ତା ଫୋରମର ଦ୍ୱାରସ୍ଥ ହୋଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ସେଠାକାର ୧ ନମ୍ବର ଶିଳ୍ପାଂଚଳରେ ଥିବା ବିଗ ବଜାର ଶପିଂ ମଲକୁ କିଣାକିଣି କରିବାକୁ ଯାଇଥିଲେ କିନ୍ତୁ ସେମାନେ ବିଲ ପୈଠ କରିବା ପରେ ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ଠାରୁ କ୍ୟାରୀ ବ୍ୟାଗ ପାଇଁ ୧୨ ଟଙ୍କା ଓ ୧୮ ଟଙ୍କା ଆଦାୟ କରାଯାଇଛି।

ସେମାନେ ଏ ସମ୍ପର୍କରେ ସେଠାରେ ଅଭିଯୋଗ କରିଥିଲେ ମଧ୍ୟ ମଲ କର୍ମଚାରୀ ଶୁଣି ନ ଥିଲେ। ଉପଭୋକ୍ତା ଫୋରମରେ ଅଭିଯୋଗ ପରେ ବିଗ ବଜାର ଉପରେ ଜୋରିମାନା କରାଯାଇଥିବା ଜଣାପଡିଛି।

Comments are closed.