ଦ୍ରୁତବେଗରେ ସାଇକେଲ ଚଳାଇବା ଯୋଗୁଁ , ପୁଲିସକୁ ଦେବାକୁ ପଡିଲା ୫୦୦ଟଙ୍କା

0

ନୂଆଦିଲ୍ଲୀ : ଟ୍ରାଫିକ୍‍ ପୁଲିସ ସାଇକେଲ ଚାଳକଙ୍କ ଠାରୁ ଚାଲାଣ କାଟିଛି । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ବାସ୍ତବରେ ଘଟିଛି । କେରଳର ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆବଶ୍ୟକ ଠାରୁ ଅଧିକ ବେଗରେ ସାଇକେଲ ଚଲାଇଲେ ବୋଲି ଏକ ସାଇକେଲ ଆରୋହୀଙ୍କ ଠାରୁ କେରଳ ପୁଲିସ୍‍ ଚାଲାଣ କାଟିଥିବା ଜଣାପଡିଛି । ଉତ୍ତରପ୍ରଦେଶ ନିବାସୀ କାସିମ କେରଳର କାସରଗୋଡ ଜିଲା କୁମ୍ବାଲା ରାଜପଥରେ ଦ୍ରୁତବେଗରେ ସାଇକେଲ ଚଳାଇବା ଯୋଗୁଁ ପୁଲିସ ଅଟକାଇ  ତାଙ୍କଠାରୁ ୨ହଜାର ଟଙ୍କାର ଚାଲାଣ କାଟିଥିଲେ ବୋଲି ସାଇକେଲ ଚାଳକ ଅଭିଯୋଗ କରିଥିଲେ ।

ସାଇକେଲ ଚାଳକଙ୍କ କହିବା ଅନୁଯାୟୀ, ମୋର ଦୈନିକ ରୋଜଗାର ୪୦୦ଟଙ୍କା ମୁଁ କିପରି ୨ହଜାର ଟଙ୍କା ଚାଲାଣ ଦେଇପାରିବି । ପରେ କାସିମ୍‍ ପୁଲିସକୁ କହିବାରୁ ପୁଲିସ ଚାଲାଣ ଅର୍ଥ କମାଇ ୫୦୦ଟଙ୍କା କରିଥିଲା । ଏହାବ୍ୟତୀତ କାସିମ୍‍ ପୁଲିସ ଉପରେ ଅନ୍ୟ ଏକ ଅଭିଯୋଗ ମଧ୍ୟ କରିଥିଲେ । ପୁଲିସ ସାଇକେଲ ଅଟକାଇବା ପରେ ସାଇକେଲ ପମ୍ପଚର କରିଥିଲା । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Leave A Reply