ଦୁର୍ବୃତ୍ତ ଭାଙ୍ଗିଲେ ବିବେକାନନ୍ଦଙ୍କ ମୂର୍ତ୍ତି

0

ବୀରଭୂମ : ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ମୁର୍ତ୍ତି ଭାଙ୍ଗିବାର କିଛିଦିନ ପରେ ପଶ୍ଚିମବଙ୍ଗର ବୀରଭୁମରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିବା ଅଭିଯୋଗ ଆସିଛି। ବୀରଭୂମ ସୁରୀର ସ୍ଥାନୀୟ ଲୋକମାନେ ଗୁରୁବାର ମହମ୍ମଦ ବଜାରରେ ବିବେକାନନ୍ଦଙ୍କ ମୂର୍ତ୍ତି ଭାଙ୍ଗିବାନେଇ ପୁଲିସକୁ ଖବର ଦେଇଥିଲେ। ୨୦୧୫ରେ ସ୍ଥାନୀୟ ଅଞ୍ଚଳର ଏକ କ୍ଲବ ଦ୍ୱାରା ଏହି ମୂର୍ତ୍ତି ସ୍ଥାପନ କରାଯାଇଥିଲା। ଅଭିଯୁକ୍ତମାନେ ମୂର୍ତ୍ତିର ନାକ, ଏକ ଅଙ୍ଗୁଳି ଓ ମୁଣ୍ଡରେ ପଥର ରଖି ପଳାଇ ଯାଇଥିଲେ।
ସୂଚନାଯୋଗ୍ୟ ଯେ, ସ୍ୱାଧୀନତା ଦିବସରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ମୂର୍ତ୍ତିକୁ କୁଲ୍ଟିରେ ଏବଂ ଚଳିତ ବର୍ଷ ଆରମ୍ଭରେ ବର୍ଦ୍ଧମାନରେ ଭଙ୍ଗା ଯାଇଥିଲା। ସେହିପରି କୋଲକତାରେ ଯାଦବପୁର ବିଶ୍ୱବିଦ୍ୟାଳୟରେ ଜନସଂଘର ପ୍ରତିଷ୍ଠାତା ଡ଼ଃ ଶାମ୍ୟାପ୍ରସାଦ ମୁଖାର୍ଜୀଙ୍କ ମୁର୍ତ୍ତି ଭଙ୍ଗା ଯାଇଥିଲା। ବାମପନ୍ଥୀ ଚିନ୍ତାଧାରାର ଲୋକମାନେ ବିଜେପିକୁ ବିରୋଧ କରି ଏପରି କରୁଥିବା ବିଜେପି ଅଭିଯୋଗ ହୋଇଛି।

Leave A Reply