ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନ

ନୂଆଦିଲ୍ଲୀ: ଭୁଟାନ ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ନାଗଦାଗ ପେଲ୍‍ ଗି ଖୋର୍ଲୋ’ ପ୍ରଦାନ କରିଛନ୍ତି । ଭୁଟାନ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ନରେନ୍ଦ୍ର ମୋଦି ବିଗତ ବର୍ଷଗୁଡିକରେ ଭୁଟାନ ପ୍ରତି ନିଃସର୍ତ୍ତ ସମର୍ଥନ ଓ ବନ୍ଧୁତ୍ୱପୂର୍ଣ୍ଣ ଭାବ ପ୍ରଦର୍ଶନ କରିଆସିଛନ୍ତି । ବିଶେଷକରି କୋଭିଡ ମହାମାରୀ ସମୟରେ ନରେନ୍ଦ୍ର ମୋଦିଙ୍କର ସହାୟତା ଭୁଟାନ ପାଇଁ ବିଶେଷ ସହାୟକ ହୋଇଛି । ସେଥିପାଇଁ ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନ ପାଇବାକୁ ନରେନ୍ଦ୍ର ମୋଦି ଯୋଗ୍ୟତମ ବ୍ୟକ୍ତି । ଏଥିପାଇଁ ଭୁଟାନ ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

Comments are closed.