ଋଣ ଜାଲିଆତି ମାମଲାରେ ଭୂଷଣ ପାଓ୍ଵାର ଏଣ୍ଡ ଷ୍ଟିଲର ସମ୍ପତ୍ତି ଜବତ କଲା ଇଡି

ଭୁବନେଶ୍ୱର : ସମ୍ବଲପୁର ଜିଲାରେ ଥିବା ଭୂଷଣ ପାଓ୍ଵାର ଏଣ୍ଡ ଷ୍ଟିଲର କାରଖାନା ଉପରେ ବ୍ୟାଙ୍କ ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। କାରଖାନାର ୪୦୨୫ କୋଟି ଟଙ୍କାର ସମ୍ପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଜବତ କରିଥିବା ଜଣାପଡିଛି।
ଏହି କମ୍ପାନୀର ମୂଖ୍ୟ ପୃଷ୍ଟପୋଷକ ସିଂଘଲ ପରିବାର ଜାଲ କାଗଜପତ୍ର ଦେଖାଇ ପ୍ରାୟ ୫୫୦୦ କୋଟି ଟଙ୍କାର ଋଣ ନେଇଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଆହ୍ଲାବାଦ ବ୍ୟାଙ୍କ ପୂର୍ବରୁ ଅଭିଯୋଗ କରିଥିଲେ । ଏହି ଅଭିଯୋଗର ବିଚାର କରି ପିଏମଏଲଏ ( ବେଆଇନ ଅର୍ଥ କାରବାର ନିରୋଧୀ ଆଇନ) ଅଦାଲତ କାରଖାନାର ୪୦୨୫ କୋଟି ଟଙ୍କାର ସମ୍ପତ୍ତି ଜବତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଥିଲେ । ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି କାର୍ୟ୍ୟାନୁଷ୍ଠାନ ନେଇଛି ।

Comments are closed.