ପଦ୍ମଶ୍ରୀ ଦଇତାରୀ ନାଏକଙ୍କୁ ଭୂମିପୁତ୍ର ସମ୍ମାନ

ପାଟଣା : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ତଳକଇଁସାରୀ ଗ୍ରାମ ବାସିନ୍ଦା ତଥା ପଦ୍ମଶ୍ରୀ ଦଇତାରୀ ନାଏକଙ୍କୁ ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵ ବିଦ୍ୟାଳୟର ୨୪ ତମ ପ୍ରତିଷ୍ଠା ଦିବସରେ ସମ୍ମାନଜନକ “ଭୂମିପୁତ୍ର” ସମ୍ମାନ ପ୍ରଦାନ କରାଯାଇଛି। କରୋନା କଟକଣା ଯୋଗୁଁ ଆଭାସୀ କାର୍ୟ୍ୟକ୍ରମ ଜରିଆରେ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି।

ଶ୍ରୀ ନାୟକଙ୍କୁ ଏହି ସମ୍ମାନ ପ୍ରଦାନ ପାଇଁ ପିପିଳିଆ ସ୍ଥିତ ଲକ୍ଷ୍ମୀନାରାୟଣ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ତପନ କୁମାର ମହାନ୍ତଙ୍କ ସହ ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଗ୍ରନ୍ଥାଗାରିକ କିଶୋର ଚନ୍ଦ୍ରପାଲ ଓ ମନମୋହନ ମହାନ୍ତ ମଙ୍ଗଳବାର ତଳକଇଁସାରୀ ଗ୍ରାମକୁ ଯାଇ ଶ୍ରୀ ନାୟକଙ୍କ ଘରେ ଆଭାସୀ କାର୍ୟ୍ୟକ୍ରମରେ ଭୂମିପୁତ୍ର ସମ୍ମାନ ପ୍ରଦାନ କରିଛନ୍ତି। ପ୍ରତିଷ୍ଠା ଦିବସ ଆଭାସୀ କାର୍ୟ୍ୟକ୍ରମରେ ଉପକୁଳପତି ପ୍ରଫେସର କିଶୋର କୁମାର ବାସାଙ୍କ ସହ ପ୍ରଫେସର ଅଶୋକ କୁମାର ଦାସ ପ୍ରମୁଖ ଅନ୍ୟମାନେ ସାମିଲ ଥିଲେ ଓ ମୁଖ୍ୟ ଅତିଥି ଭାବେ ପ୍ରଫେସର ପୁରନ ଚାନ୍ଦ ଯୋଶୀ ଯୋଗ ଦେଇଥିଲେ।

Comments are closed.