ତୁଳସୀନଗରରେ ପୂଜାମଣ୍ଡପ ପାଇଁ ଭୂମି ପୂଜନ

ବଲାଙ୍ଗିର: ଦୀର୍ଘ ବର୍ଷର ଅପେକ୍ଷା ପରେ ତୁଳସୀନଗର ବାସିନ୍ଦାଙ୍କୁ ପୂଜାମଣ୍ଡପ ପାଇଁ ଭୂମି ମିଳିଛି। ତୁଳସୀନଗର ଦୁର୍ଗା ପୂଜା କମିଟି ପକ୍ଷରୁ ସ୍ଥାନୀୟ ଛକ ଠାରେ ନିରୂପିତ ନୂତନ ଭୂମିରେ ଦୁର୍ଗାମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ କମିଟିର ସଭାପତି ବାଞ୍ଛାନିଧି ମିଶ୍ର କର୍ତ୍ତା ଭାବରେ କାର୍ୟ୍ୟ ତୁଲାଇଥିବା ବେଳେ ମୁଖ୍ୟ ପୁରୋହିତ ରାଜୀବ ଲୋଚନ ପଣ୍ଡା, ସହଯୋଗୀ ଚୈତନ୍ୟ ମିଶ୍ର ପୂଜାବିଧି ସମାପନ କରିଥିଲେ। ପୂଜା କମିଟିର ସଦସ୍ୟମାନେ କୋଭିଡ-୧୯ ନିୟମ।ଳନ ପୂର୍ବକ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରକାଶ ଥାଉକି ତୁଳସୀନଗରରେ ଦୁର୍ଗାପୂଜା ବର୍ତ୍ତମାନ ଦ୍ୱାଦଶ ବର୍ଷରେ ପଦାର୍ପଣ କରିଥିଲେ ହେଁ ଏହି ପୂଜା କମିଟିର ନିଜସ୍ୱ ପୂଜାମଣ୍ଡପ ନଥିଲା। ସ୍ଥାନୀୟ ରାଜେନ୍ଦ୍ର କ୍ଲବରେ ପୂଜା ହୋଇ ଆସୁଥିଲା। ସର୍କିଟ ହାଉସକୁ ରାସ୍ତା ପ୍ରଶସ୍ତିକରଣ ସମରେ ଏହି କ୍ଲବର କିଛି ଅଂଶକୁ ଭାଙ୍ଗି ଦିଆଯିବା ପରେ ଆଗାମୀ ବର୍ଷମାନଙ୍କରେ ଦୂର୍ଗାପୂଜା ଆୟୋଜନ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କିନ୍ତୁ ଜିଲା ପ୍ରଶାସନର ଉଦ୍ୟମକ୍ରମେ ତଥା ପୂଜା କମିଟିର ସହଯୋଗରେ ଏକ ନୂତନ ଦୁର୍ଗାମଣ୍ଡପ ନିର୍ମାଣ ପାଇଁ ସ୍ଥାନ ନିରୂପିତ ହୋଇଥିଲା। ଯାହା ଫଳରେ ବହୁପ୍ରତିକ୍ଷୀତ ଦୂର୍ଗାପୂଜା ମଣ୍ଡପ ପାଇଁ ବାଟ ଫିଟିଥିଲା। ଏଥି ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଜିଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି।

Comments are closed.