’ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭୂମିପୂଜନ ଓ ସାଧାରଣ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଅଯୋଧ୍ୟାରେ ’ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭୂମିପୂଜନ ବା  ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସାଧାରଣ ସଭାରେ ଯୋଗଦେବେ ।

କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନଗରୀରେ ପୂଜା ଏବଂ ଦର୍ଶନ କରିବେ। ଏହା ପରେ ସେ ଶ୍ରୀ ରାମ ଜନ୍ମଭୂମି ସ୍ଥଳକୁ ଯାତ୍ରା କରିବେ ଯେଉଁଠାରେ ସେ ’ଭଗବାନ୍ ଶ୍ରୀ ରାମଲାଲା ବିରାଜମାନ’ଙ୍କ ପୂଜା ଏବଂ ଦର୍ଶନ କରିବେ । ଏହାପରେ ସେ ଏକ ପାରିଜାତ ଚାରା ରୋପଣ କରିବେ ଏବଂ ପରବର୍ତ୍ତୀ ସମୟରେ ଭୂମି ପୂଜନ କରିବେ।

ଭୁମି ପୂଜନ ସମାରୋହ  ୧୨.୩୦ ରେ ଆରମ୍ଭ ହୋଇ  ୧୨.୪୫ ରେ ଶେଷ ହେବ।

ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ’ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଉପରେ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିବେ ।

Comments are closed.