ଆସନ୍ତାକାଲିଠାରୁ ୭ଟି ରୁଟରେ ଚାଲିବ ମୋ ବସ୍

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଭୁବନେଶ୍ୱର ଓ କଟକରେ ୭ଟି ରୁଟରେ ମୋ ବସ୍ ଚାଲିବ। ଏହି ୭ଟି ରୁଟରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବ ବୋଲି ସୂଚନା ମିଳିଛି।

ଏହି ୭ଟି ରୁଟ ହେଲା, ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନ-ସିଡିଏ ଚାଲିବ। ସେହିପରି ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ, ଡୁମୁଡୁମା-ମଞ୍ଚେଶ୍ୱର ।

ସୂଚନା ଅନୁଯାୟୀ, କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ବସରେ ଯାତାୟତ କରିପାରିବେ। କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ। ଯାତ୍ରୀମାନଙ୍କୁ ସଠିକ ମୂଲ୍ୟରେ ଖୁଚୁରା ଦେବାକୁ ପଡିବ। ଏହି ମୋ ବସ୍ ଗୁଡିକ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଚଳାଚଳ କରିବ।

Comments are closed.