ବିଡିଏ ଜାରି କଲା ନିର୍ଦେଶନାମା: ଜମି କିଣିବା ପୂର୍ବରୁ ଯାଞ୍ଚ୍ ଜରୁରୀ

ଭୁବନେଶ୍ବର: ଭୁବନେଶ୍ବରରେ ଜମି କିଣୁଛନ୍ତି କି ? କିଣିବା ପୂର୍ବରୁ ସାବଧାନ ହୋଇଯାଆନ୍ତୁ। କ୍ରୟ କରୁଥିବା ଜମି ବିଡିଏର ଅନୁ‌େ‌ମା‌ଦନ ଲାଭ କରିଛି ନା ନାହିଁ ଭଲ ଭାବେ ଯାଞ୍ଚ କରାଇ ନିଅନ୍ତୁ। ଏଥିପାଇଁ ବିଡିଏ ଅନ୍‌ ଲାଇନ୍‌ରେ କେତୋଟି ଲିଙ୍କ୍ ଦେଇଛି। ଏହି ଲିଙ୍କକୁ ଯାଇ ଜମିର ସ୍ଥିତି ଏବଂ ମାଲିକାନା ସହଜରେ ଜାଣିପାରିବେ।

ଏହା ସହ କ୍ୟୁଆର୍‌ କୋଡ ପ୍ରଦାନ କରାଯାଇଛି, ସେଥିରେ ମଧ୍ୟ ଜମି ବିଷୟରେ ସମସ୍ତ ତଥ୍ୟ ହାସଲ କରିପାରିବେ। ଯେଉଁ ଜମି କିଣୁଛନ୍ତି, ସେଥିରେ କୋଠା ନିର୍ମାଣ କରିବା ପାଇଁ ବିଡିଏର ଅନୁମତି ମିଳିବ ନା ନାହିଁ କିମ୍ବା ପ୍ଲଟିଂ ପୂର୍ବରୁ ବିଡିଏର ଅନୁମତି ରହିଛି ନା ନାହିଁ ତାହା ମଧ୍ୟ ଜାଣି ପାରିବେ। ଏନେଇ ବିଡିଏ ଜନସାଧାରଣଙ୍କ ଅବଗତି ନିମନ୍ତେ ଏକ ନିର୍ଦେଶନାମା ଜାରି କରିଛି। ବିଡିଏର ୧୧୧୦ ବର୍ଗ କି.ମି ପରିସୀମା ରହିଛି। ଜନସାଧାରଣ ଜାଗା କିଣିବାକୁ ହେଲେ ଲେ’ ଆଉଟ ଯାଞ୍ଚ କରିବାକୁ ପଡ଼ିିବ। ରାଜଧାନୀରେ ବିଡିଏ, ବିଏମ୍‌ସି, ହାଉସିଂବୋର୍ଡ ଏବଂ ସାଧାରଣ ପ୍ରଶାସନ (ଜିଏ) ଦ୍ବାରା ପ୍ଲଟିଂ କରାଯାଉଛି। ବିଡିଏ ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରେଗୁଲେସନ-୨୦୧୮ଆକ୍ଟ ଅନୁସାରେ ପ୍ଲଟିଂ ହୋଇଛି ନା ନାହିଁ ତାହା ଯାଞ୍ଚ କରିବାକୁ ବିଡିଏ ପରାମର୍ଶ ଦେଇଛି। ଯଦି ଜମି ବିମାନବନ୍ଦର ଆଖପାଖ ଅଞ୍ଚଳ ଏବଂ ଐତିହ୍ୟସ୍ଥଳ ନିକଟସ୍ଥ ହୋଇଥିବ ତେବେ ଜମି କିଣିବା ପୂର୍ବରୁ ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି।

ଯଦି ଏପରି ଜମି କିଣୁଛନ୍ତି, ତେବେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପାଖରୁ ଏନ୍‌ଓସି ଆଣିବାକୁ କୁହାଯାଇଛି।
ପ୍ରାକୃତିକ ଡ୍ରେନ୍‌ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଜମି ନ କିଣିବାକୁ ଚେତାବନୀ ଦେଇଛି ବିଡିଏ। ଡ୍ରେନେଜ, ରାସ୍ତା ଏବଂ ଜଳାଶୟ ଅଞ୍ଚଳରେ ବିଡିଏ ଘର ନିର୍ମାଣ ପାଇଁ ଅନୁମତି ଦେଉନାହିଁ। ଆର୍ଥିକ କ୍ଷେତ୍ରରେ ପଛୁଆ ବର୍ଗ ଦାବିଦାରଙ୍କ ପାଇଁ ଥିବା ଜମି ଏବଂ ରାସ୍ତାପାର୍ଶ୍ବରୁ ୩୦ଫୁଟ୍‌ ଦୂରରେ ଥିବା ପ୍ଲଟ୍‌ କିଣିବା ବେଳକୁ ଯାଞ୍ଚ କରି ନେବାକୁ ବିଡିଏ ନିର୍ଦେଶ ଦେଇଛି।

Comments are closed.