ଭୁବନେଶ୍ବର ରେଳ ଷ୍ଟେସନ ଗୋଟିଏ ଫାଟକରେ ଏକକ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ଲାଗୁ

ପ୍ରବାସୀ ଶ୍ରମିକ ଚିହ୍ନଟ ସହଜ ନୁହେଁ, ସମସ୍ତଙ୍କ ପାଇଁ ସମାନ ନିୟମ

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଭୁବନେଶ୍ବର ରେଲୱେ ଷ୍ଟେସନରେ କରୋନା କଟକଣା କଡ଼ାକଡ଼ି କରାଯାଇଛି। ଫଳରେ ଆଜିଠାରୁ ଭୁବନେଶ୍ବର ରେଲ୍‌ୱେ ଷ୍ଟେସନରେ ଏକକ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ଲାଗୁ କରାଯାଇଛି। ଯାତ୍ରୀମାନେ ଏଣିକି ଗୋଟିଏ ଫାଟକରେ ପ୍ରବେଶ ଓ ପ୍ରସ୍ଥାନ କରିବେ। ଭୁବନେଶ୍ବର ରେଲୱେ ଷ୍ଟେସନକୁ ଆସିବା ପାଇଁ ଯାତ୍ରୀଙ୍କୁ ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା କରୋନାର ଦ୍ବିତୀୟ ପାନ ଟିକା ପ୍ରମାଣପତ୍ର ଦାଖଲ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଅପରପକ୍ଷରେ ଯେଉଁମାନେ ୧୪ ଦିନ କ୍ବାରେଣ୍ଟାଇନରେ ରହିଥିବା ପ୍ରମାଣପତ୍ର ଦାଖଲ କରିବେ ସେମାନେ ଷ୍ଟେସନକୁ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ।

 

ତେବେ କୌଣସି ଯାତ୍ରୀ ୱେଟିଂ ଲିଷ୍ଟରେ ଥିଲେ ସେମାନେ ଯାତ୍ରା କରିବା ବ୍ୟବସ୍ଥା ନାହିଁ। ପ୍ରବାସୀ ଶ୍ରମିକ ଚିହ୍ନଟ ସହଜ ନୁହେଁ, ତେଣୁ ସମସ୍ତଙ୍କ ପାଇଁ ସମାନ ନିୟମ ବୋଲି ଭୁବନେଶ୍ବର ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comments are closed.