ମାନସିକ ବିକୃତ ଯୁବକଙ୍କ ଉନ୍ମତ୍ତ କାଣ୍ଡ; ଜରୁରୀ ଅବତରଣ କଲା ବିମାନ

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ରବିବାର ଏକ ମାନସିକ ବିକୃତ ଯାତ୍ରୀଙ୍କ ଉତ୍ପାତ ଯୋଗୁଁ ହାଇଦ୍ରାବାଦ-ଗୌହାଟୀ ବିମାନର ଜରୁରୀ ଅବତରଣ କରାଯାଇଛି। ସୂଚନାଅନୁଯାୟୀ, ଆଜି ହାଇଦ୍ରାବାଦରୁ ଗୌହାଟି ଯାଉଥିବା ଏକ ଇଣ୍ଡିଗୋ ବିମାନରେ ଯାଉଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ଯାତ୍ରୀ ବିମାନ ମଧ୍ୟରେ ଉତ୍ପାତ କରିଥିଲେ। ସେ ଜଣେ ମାନସିକ ବିକୃତ ରୋଗୀ ବୋଲି  ଜଣାପଡ଼ିଛି। ଏହାସହ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ଜରୁରୀକାଳୀନ ଅବତରଣର କିଛି ସମୟ ବ୍ୟବଧାନ ପରେ ବିମାନଟି ଉଡ଼ାଣ ଭରିଥିବା ଜଣାପଡ଼ିଛି।

Comments are closed.