ରାଜ୍ୟରେ ଓଏସଆରଟିସି ବସ ଚଳାଚଳ ସ୍ୱଭାବିକ ; ରାଜଧାନୀରୁ ୨୨ଟି ସହରକୁ ଚାଲୁଛି ବସ୍

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି ) ବସ ଚଳାଚଳ ସ୍ୱଭାବିକ ହୋଇଛି। ରାଜଧାନୀରୁ ୨୨ଟି ସହରକୁ ବସ୍ ଚଳାଚଳ କରୁଥିବା ନେଇ ଜଣାପଡ଼ିଛି। ପ୍ରାର୍ଥମିକ ପର୍ଯ୍ୟାୟରେ ୬୬ଟି ରୁଟିରେ ବସ ଚାଲୁଛି । ବସ ଗୁଡ଼ିକୁ ସାନିଟାଇଜ କରିବା ସହ ଯାତ୍ରୀମାନେ ନିଜ ସହ ସାଇଟାଇଜର ଓ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି। ସିଟ ଅନୁଯାୟୀ କେବଳ ଯାତ୍ରୀ ବସରେ ଯାତ୍ରା କରିବା ସହ କେହି ମଧ୍ୟ ଠିଆ ହୋଇ ଯାଇପାରିବେ ନାହିଁ ବୋଲି ନିୟମ ଲାଗୁ କରାଯାଇଛି।

Comments are closed.