ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନାଁରେ ଥାନାରେ ଅଭିଯୋଗ

ଭୁବନେଶ୍ୱର: ନନ୍ଦନକାନନ ଚିଡ଼ିଆଖାନାରେ ସିଂହୀର ମୃତ୍ୟୁ ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ନନ୍ଦନକାନନର କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଥାନାରେ ସ୍ବେଚ୍ଛାସେବୀ ସଂଗଠନ ଆନିମଲ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଥାନାରେ ଏକ ଅଭିଯୋଗ କରାଯାଇଛି ।  ସଂଗଠନର କହିବା ଅନୁଯାୟୀ ମୃତ ସିଂହୀର ବ୍ୟବଚ୍ଛେଦ ଓୟୁଏଟି ଦ୍ୱାରା ନକରି ଏମ୍‌ସ ଦ୍ୱାରା କରାଯାଉ । ତାହାସହ ଏହି ଘଟଣାରେ ପୁଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସଂଗଠନ ପକ୍ଷରୁ ଦାବି ହୋଇଛି ।

ସୂଚନା ଥାଉକି ଗତକାଲି ନନ୍ଦନକାନନରେ ଏକ ଆଫ୍ରିକୀୟ ସିଂହୀର ମୃତ୍ୟୁ ହୋଇଛି । ସାପ କାମୁଡ଼ିବା ଯୋଗୁ ସିଂହୀଟିର ମୃତ୍ୟୁ ହୋଇଥିବା ସୂଚନା​‌ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଗତ ୨୭ତାରିଖ ସଂଧ୍ୟାରେ ସିଂହୀଟିକୁ ଏକ ସାପ କାମୁଡ଼ି ଦେଇଥିଲା । ସାପଟି କାମୁଡ଼ିବା ପରେ ତାର ଚିକିତ୍ସା କରାଯାଉଥିଲା । ହେଲେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ସିଂହୀଟିର ମୃତ୍ୟୁ ହୋଇଛି । ୩୦ ନଂ ଖୁଆଡରେ ମୃତ ଆଫ୍ରିକୀୟ ସିଂହୀଟି ରହୁଥିବା ଜଣାପଡ଼ିଛି ।

 

 

Comments are closed.