ବଦଳିଲେ କଟକ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର: ରାଜ୍ୟ ସରକାର ଆଇପଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । କଟକ ଓ ଭୁବନେଶ୍ୱରର ଡିସିପିଙ୍କୁ ପରିବର୍ତ୍ତନ କରାଯାଇଛି । କଟକର ନୂତନ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଭୁବନନେଶ୍ୱରର ନୂତନ ଡିସିପି ହେଲେ ପ୍ରତୀକ ସିଂ । ସେପଟେ ମନୋଜ କୁମାର ଛାବ୍ରାଙ୍କୁ ଜେଲ ବିଭାଗର ଡିଜି ଭାବେ ଦାୟିତ୍ୱ ମିଳିଛି । ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ଫାୟାର ସର୍ଭିସ ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଗୁଇନ୍ଦା ନିର୍ଦେଶକ ଭାବେ ସଞ୍ଜୀବ କୁାମର ପଣ୍ଡାଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି ।

Comments are closed.