ଦୁର୍ବୃତ୍ତଙ୍କ ମାଡରେ ଯୁବକ ଲହୁଲୁହାଣ, ଲୁଟିଲେ ପର୍ସ ମୋବାଇଲ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରୀ ବିହାର ଏଟିଏମ ଛକ ନିକଟରେ ପ୍ରସନ୍ନଜିତ ସ୍ୱାଇଁ ନାମକ ବ୍ୟକ୍ତି ଗୁରୁବାର ବିଳମ୍ବିତ ରାତି ୧ଟାରେ ହୋଟେଲ କାମ ସାରି ଘରକୁ ଫେରୁଥିଲା ବେଳେ ଗୋଟିଏ ମୋଟର ସାଇକଲରେ ୩ ଜଣ ଦୁର୍ବୃତ୍ତ ଆସି ମାରଣାସ୍ତ୍ର ଦେଖାଇ ଅତର୍କିତ ଆକ୍ରମଣ କରି ମନି ପର୍ସ ଓ ମୋବାଇଲ ଛଡେଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପିସିଆର ପୁଲିସ ପହଞ୍ଚି ଘଟଣାସ୍ଥଳରେ ଅନୁଧ୍ୟାନ କରିଥିଲା। ପରେ ଯୁବକ ଶ୍ରୀ ସ୍ୱାଇଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

Comments are closed.