ମେ’ ୨ ଯାଏ କଲେଜ ଓ ୟୁନିଭର୍ସିଟିରେ କ୍ଲାସ ବନ୍ଦ

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଲେଜ ଓ ୟୁନିଭର୍ସିଟିର ସମସ୍ତ କ୍ଲାସ ବନ୍ଦ କରାଯାଇଛି । ଆସନ୍ତାକାଲିଠାରୁ ମେ’ ୨ ତାରଖ ଯାଏ ସମସ୍ତ କ୍ଲାସ ବନ୍ଦ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ୟୁଜି/ ପିଜି କ୍ଲାସ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । ଗତକାଲି ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ ଗୁଡ଼ିକୁ ବନ୍ଦ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ଆଜିଠୁ ୫ଦିନ ପାଇଁ ସ୍କୁଲ ବନ୍ଦ କରିବାକୁ କୁହାଯାଇଥିଲା ।

Comments are closed.