ଭୁବନେଶ୍ୱରରେ ପୁଣି ହତ୍ୟା !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ହତ୍ୟା ସନ୍ଦେହ । ନାଲକୋ ଛକ ଭେଣ୍ଡିଂ ଜୋନ୍‌ ପାର୍ଶ୍ୱ ଏକ ବର ଗଛ ମୂଳରେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି । ଯୁବକ ଜଣକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିବା ପରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଜଣକ ବରଗଛ ମୂଳରେ ବସିଥିବା ଦେଖିବାକୁ ମିଳିଥିବା ବେଳେ ତାଙ୍କ ବେକକୁ ଏକ ରଶି ସହାଯ୍ୟରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.