ବନ୍ଧା ହେଲେ ଯନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀ, ଦୁର୍ନୀତିକୁ ପ୍ରୋତ୍ସାହନ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦିନକୁ ଦିନ ଭିଜିଲାନ୍ସ ନୂଆନୂଆ ତଥ୍ୟ ସମ୍ନାକୁ ଆଣୁଛି । ଗତକାଲି ଭିଜିଲାନ୍ସ ଚଢ଼ାଉ କରିବା ସମୟରେ ୨କୋଟି ୪୧ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିବା ବେଳେ ଆଜି ମଧ୍ୟ ୧ କୋଟି ୪୧ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଜବତ କରିଛି ଭିଜିଲାନ୍ସ । ଖାଲି ସେତିକି ନୁହେଁ ଘଟଣାକୁ ନେଇ ଭିଜିଲାନ୍ସ କାର୍ଯ୍ୟାଳୟରେ ଆଉ ୩ଜଣଙ୍କୁ ଅଟକ ରଖି ଜେରା କରାଯାଇଛି । କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ, ଶାଳୀ ଓ ପୁତୁରାକୁ ଅଟକ ରଖି ଭିଜିଲାନ୍ସ ଜେରାକରିଛି । କାର୍ତ୍ତିକେଶ୍ୱରଙ୍କ ଟଙ୍କା କାରବାରରେ ପୁତୁରାର ଭୂମିକା ରହିଥିବା ସୂଚନା ଦେଇଛି ବିଭାଗ । ଖାଲି ସେତିକି ନୁହେଁ ଜେରା କରିବା ପରେ ଭିଜିଲାନ୍ସ କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦ୍ବିତୀୟ ପତ୍ନୀଙ୍କୁ ଗିରଫ କରିଛି । ତିନିଜଣଙ୍କ ସହ କାର୍ତ୍ତିକେଶ୍ୱରଙ୍କୁ ମଧ୍ୟ ମୁହାଁମୁହିଁ ଜେରା କରିବା ପରେ ଭିଜିଲାନ୍ସ କଳ୍ପନାଙ୍କୁ ଗିରଫ କରିଥିବା ସୂଚନା ଦେଇଛି । ଦୁର୍ନୀତିକୁ ପ୍ରୋତ୍ସାହନ ଓ ଟଙ୍କା ଲୁଚାଇବା ଅଭିଯୋଗରେ କଳ୍ପନାଙ୍କୁ ଗିରଫ କରାଯାଇଥିବା କୁହାଯାଇଛି । ତାହା ସହ କଳ୍ପନାଙ୍କ ଘରୁ ୩୬୦ ଗ୍ରାମ୍‌ ସୁନା ସହ ଏକ କେଜି ୪ ଗ୍ରାମ୍‌ ରୁପା ଜବତ ହୋଇଛି ।

Comments are closed.