ସମ୍ବିଧାନ ଦିବସ ପାଳନ କଲେ ଆଇନଜୀବୀ

ଭୁବନେଶ୍ୱର: ଭୁବନେଶ୍ବର ଜିଲା ଦୌରା ନ୍ୟାୟାଧୀଶଙ୍କ ଅଦାଲତ ପରିସରରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଓକିଲ ସଂଘର ସଭାପତି ନିର୍ମଳ ରଥ କହିଥିଲେ ଯେ, ୧୯୪୯ ନଭେମ୍ବର ୨୬ତାରିଖରେ ସମ୍ବିଧାନ ସଭା ଦ୍ୱାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା। ଏହାର ପର ବର୍ଷ ଜାନୁଆରୀ ୨୬ରେ ଏହାକୁ ଲାଗୁ କରାଯାଇଥିଲା। ୨୦୧୫ରୁ ଏହି ଦିବସକୁ ପାଳନ କରାଯାଇଆସୁଛି। ଆଗାମୀ ପିଢ଼ିକୁ ସମ୍ବିଧାନ ସମ୍ପର୍କରେ ଅଧିକ ଜ୍ଞାନ ଦେବା ଏହି ଦିବସ ପାଳନ ଲକ୍ଷ୍ୟ ବୋଲି ସେ କହିଥିଲେ। ସଂଘର ସମ୍ପାଦକ ରାଜକିଶୋର ଦାସଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପ ସଭାପତି ଦେବୀଦତ୍ତ ବାରିକ, ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା ଓ କାର୍ଯ୍ୟକାରୀ କମିଟି ସଭ୍ୟ ସୁରେଶ ଦାଶ ପ୍ରମୁଖ ସାମିଲ ଥିଲେ। ଏହି ଅବସରରେ ଉତ୍କଳ ଡାକ୍ତରଖାନା ସହଯୋଗରେ ଏକ ବଡ଼ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୫୦୦ରୁ ଅଧିକ ଆଇନଜୀବୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଡାକ୍ତରଙ୍କ ପରାମର୍ଶ ଦିଆଯାଇଥିଲା।

Comments are closed.