ବିଧାନସଭା ପରିସରରେ କରୋନା ଟେଷ୍ଟ ଆରମ୍ଭ

ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନ ପାଇଁ ଆଜି ପ୍ରାୟ ସକାଳ ୮ଟାରେ ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କ କରୋନା ଟେଷ୍ଟ ଆରମ୍ଭ ହୋଇଛି। ଏଥିପାଇଁ ବିଧାନସଭା ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଜି ଠାରୁ ୩ ଦିନ ପର୍ଯ୍ୟନ୍ତ ଏହି କରୋନା ଟେଷ୍ଟ କରାଯିବ। ମନ୍ତ୍ରୀ, ବିଧାୟକ, ବିଧାନସଭାର ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ। ଗତକାଲି ହୋଇଥିବା ସର୍ବଦଳୀୟ ବୈଠକରେ ବାଚସ୍ପତି ଏହି ସୂଚନା ଦେଇଥିଲେ। ଆସନ୍ତା ୨୯ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ।

Comments are closed.