MEllora 950×100

ଧୀରେ ଧୀରେ ଖୋଲୁଛି ସତ; ପ୍ରମୋଦ କରୁଥିଲେ ଅର୍ଚ୍ଚନାଙ୍କୁ ବ୍ଲାକମେଲିଂ !

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ । ପୂର୍ବରୁ ଚଳଚ୍ଚିତ୍ର ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ନାଁରେ ଅର୍ଚ୍ଚନା ଏତଲା ଦେଇଥିବା ଜଣାପଡ଼ିଛି । ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗରେ ଅର୍ଚ୍ଚନା ଏତଲା ଦେଇଥିଲେ ବୋଲି ସୂଚନା ମିଳିଛି । ଏନେଇ ୨୦୧୭ରେ ଅର୍ଚ୍ଚନା ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଫିଲ୍ମରେ ସୁଯୋଗ ଦେବାକୁ କହି ପ୍ରମୋଦ ତାଙ୍କୁ ନିର୍ଯାତନା ଦେଉଥିଲେ ।

ଚା’ରେ ନିଶା ଦେଇ ଅଚେତ କରି ଫଟୋ ଉଠାଇଥି​‌ଲେ ବୋଲି ଏତଲାରେ ଉଲ୍ଲେଖ ରହିଛି । ଖାଲି ସେତିକି ନୁହେଁ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଅଚେତ ଅବସ୍ଥାରେ ଅଶ୍ଳୀଳ ଫଟୋ ଉଠାଇ ଅର୍ଚ୍ଚନାଙ୍କୁ ବ୍ଲାକମେଲ କରିଥିବା ଅଭିଯୋଗ କରିଥିଲେ । ଅର୍ଚ୍ଚନାଙ୍କ ଅଭିଯୋଗ ଆଧାରରେ ପୁଲିସ ମଧ୍ୟ ମାମଲା ରୁଜୁ କରିଥିଲା । ହେଲେ ମାମଲାକୁ ନେଇ ପୁଲିସ କି କାର୍ଯ୍ୟାନୁଷ୍ଠାନ ନେଇଥିଲା ତାହା ଜଣାପଡ଼ିନାହିଁ ।

ଆଜି ପ୍ରମୋଦ ଇଡିରେ ହାଜର ହୋଇଥିବାରୁ ଏହି ସବୁ ଘଟଣା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।  ଆଜି ସକାଳୁ ସକାଳୁ ଇଡି କାର୍ଯ୍ୟାଳୟରେ ଚଳଚ୍ଚିତ୍ର ପ୍ରଯୋଜକ ପ୍ରମୋଦ ସ୍ୱାଇଁ ହାଜର ହୋଇଛନ୍ତି । ପ୍ରବର୍ତ୍ତନ ନିର୍ଦେଶାଳୟର ସମନ ପରେ ପ୍ରମୋଦ ହାଜର ହୋଇଥିବା ସୂଚନା ମିଳିଛି । ହାଜର ହେବା ପରେ ତାଙ୍କୁ ଇଡି ପଚରାଉଚରା କରୁଛି ।

Comments are closed.