କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ; ଜଣେ ଗିରଫ

ଭୁବନେଶ୍ୱର : ଜଟଣୀ ଅଞ୍ଚଳରୁ କେଜିଏ ବ୍ରାଉନସୁଗାର ଗୁରୁବାର ଜବତ ହୋଇଛି। ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଚଢାଉ କରି ବ୍ରାଉନସୁଗାର ଜବତ କରିବା ସହ ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି ଜଣାପଡ଼ିଛି। ଘଟଣାର ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି।

Comments are closed.