ଆଉ ୩ମାସ ମାଗଣା ଚାଉଳ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ଆଉ ତିନିମାସ ମିଳିବ ମାଗଣା ଚାଉଳ । ଖାଦ୍ୟ ସୁରକ୍ଷା ରାଜ୍ୟ ହିତାଧିକାରୀଙ୍କୁ ଆଉ ତିନି ମାସ ପାଇଁ ଅତିରିକ୍ତ ଚାଉଳ ଦିଆଯିବ । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ହିତାଧିକାରୀ ମାନଙ୍କୁ ଆଉ ତିନି ମାସ ପାଇଁ ଅତିରିକ୍ତ ୫ କେ.ଜି ଚାଉଳ ଯୋଗାଇ ଦେବା ପାଇଁ କୁହାଯାଇଛି । ଏହାଦ୍ବାରା ୨.୯୨ ଲକ୍ଷ ପରିବାରର ୯.୦୫ ଲକ୍ଷ ଲୋକ ଉପକାର ପାଇପାରିବେ । ଚଳିତ ବର୍ଷର ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଚାଉଳ ପାଇବେ ହାତାଧିକାରୀ । ଏହି ତିନି ମାସ ପାଇଁ ହିତାଧିକାରୀ ମାନେ ଏନଏଫଏସଏ ହିତାଧିକାରୀ ମାନଙ୍କ ପରି ମୁଣ୍ଡପିଛା ମାସକୁ ୫ କେ.ଜି ଲେଖାଏ ଅତିରିକ୍ତ ଚାଉଳ ମାଗଣାରେ ପାଇପାରିବେ । ଏଥିପାଇଁ ରାଜ୍ୟ ସରକାର ୪୯ କୋଟି ଟଙ୍କା ଖର୍ଚ୍ଚ କରି ୧୩,୫୭୫ ମେଟ୍ରିକ ଟନ୍ ଚାଉଳ ଯୋଗାଇ ଦେବେ ।

Comments are closed.