ଓୟୁଏଟିରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‍

ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ଓୟୁଏଟିରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‍ ସୋମବାର ଗସ୍ତ କରିଛନ୍ତି। ହଠାତ ଓୟୁଏଟିରେ ପହଞ୍ଚି ଏହାର ଭିତ୍ତିଭୂମି ଯାଞ୍ଚ କରିବା ସହ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ କୃଷି ମହାବିଦ୍ୟାଳୟ ସମେତ ବେସିକ ସାଇନ୍ସ କଲେଜ, ହଷ୍ଟେଲ ଓ ମେସ୍‍ ,କ୍ୟାମ୍ପସ , କ୍ଲାସରୁମ ଆଦି ତଦାରଖ କରିଛନ୍ତି। ଏହି ସମୟରେ ତାଙ୍କ ସହ ଓୟୁଏଟିର କୁଳପତି ଡ଼କ୍ଟର ପବନ ଅଗ୍ରୱାଲ, ବେସିକ ସାଇନ୍ସ କଲେଜ ନିର୍ଦ୍ଦେଶକଙ୍କ ସମେତ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି।

Comments are closed.