ରାଜଧାନୀରେ ଯୁବତୀଙ୍କୁ ଅସଦଆଚରଣ ଅଭିଯୋଗ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ଥାନା ଅଞ୍ଚଳରେ ଯୁବତୀଙ୍କୁ ଜଣେ ଯୁବକ ଅସଦଆଚରଣ କରିଥିବା ରବିବାର ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ରାସ୍ତାରେ ଯାଉଥିବା ସମୟରେ ଉକ୍ତ ଯୁବକ ଜଣଙ୍କ ତାଙ୍କ ସହ ର୍ଦୁବ୍ୟବହାର କରିଥିଲେ। ସେହି ସମୟରେ ଯୁବତୀ ଜଣଙ୍କ ଚିତ୍କାର କରିବାରୁ କିଛି ସ୍ଥାନୀୟଲୋକେ ଓ ଦୋକାନୀ ଏକଜୁଟ ହୋଇଥିଲେ। ଏହାପରେ ଯୁବକଙ୍କୁ ଯୁବତୀ ଜଣଙ୍କ ନିର୍ଧୂମ ମାଡ଼ ମାରିଥିଲେ। ଯୁବକଙ୍କ ଘର ଗଞ୍ଜାମ ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ବୋଲି ସୂଚନା ମିଳିଛି।

Comments are closed.