ଆସନ୍ତା ୨୮ରେ ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର : ଆସନ୍ତା ୨୮ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସୁଛନ୍ତି । ୨୮ରେ ହେଉଥିବା ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଥିବା ସିଏଏ ( ନାଗରିକ ସଂଶୋଧନ ଆଇନ)ସମର୍ଥନ ସଭାରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନାଗରିକ ସଂଶୋଧନ ଆଇନ ପ୍ରଣୟନର ସମର୍ଥନ ଲାଗି ଏହି ବିଶାଳ ଜନ ସଭା ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏଥିରେ ପ୍ରାୟ ୧ ଲକ୍ଷ ଲୋକେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏହାସହ ୨୯ରେ ପୁରୀ ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Comments are closed.