ଆଜି ବିଜେପି ପାଳିବ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’

ଭୁବନେଶ୍ୱର: ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ରୂପେ ପାଳନ କରିବାକୁ ବିଜେପି ତରଫରୁ ନିଷ୍ପତ୍ତି ନିଆଯାଇ ଛି। ଦେଶ ବିଭାଜନରେ ବିସ୍ଥାପିତ ହୋଇଥିବା ଏବଂ ବଳିଦାନ ଦେଇଥିବା ଭାଇଭଉଣୀଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଏହା ପାଳନ ହେବ । ଏହି ଅବସରରେ ୧୯୪୭ ବିଭାଜନ ବିଭୀଷିକାର ପ୍ରଦର୍ଶନୀ ରାଜ୍ୟର ସମସ୍ତ ଜିଲା ଏବଂ ସହରାଞ୍ଚଳରେ ଅନୁଷ୍ଠିତ ହେବା ସହିତ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ନିରୀହ ଲୋକଙ୍କ ଉଦ୍ଦେଶ୍ୟରେ ନିରବ ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ରାଜ୍ୟ ସଂଯୋଜକ ସୁଦୀପ୍ତ ରାୟ କହିଛନ୍ତି। ସେ କହିଛନ୍ତି ଯେ, ଆସନ୍ତାକାଲି ସକାଳ ୧୧ଟାରେ ଭୁବନେଶ୍ୱର ରେଳ ଷ୍ଟେସନରେ ପୂର୍ବତଟ ରେଳପଥ ତରଫରୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅବସରରେ ଆୟୋଜିତ ପ୍ରଦର୍ଶନୀକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବେ। ଅପରାହ୍ଣ ୪ଟାରେ ମ୍ୟୁଜିୟମ ଛକଠାରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏଜି ଛକସ୍ଥିତ ବାବା ସାହେବ ଆ‌େ‌ମ୍ବଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଅନୁଷ୍ଠିତ ନିରବ ପଦଯାତ୍ରାରେ ଯୋଗଦେବେ।

Comments are closed.