ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଆଜି ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଘଟଣାସ୍ଥଳରେ ଉଦିତନଗର ଥାନା ପୁଲିସ ପହଞ୍ଚିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ରଶ୍ମିରେଖାଙ୍କ ଆତ୍ମହତ୍ୟାକୁ ନେଇ ସନ୍ତୋଷଙ୍କ ସମ୍ପୃକ୍ତି ଥିବା ପୁଲିସ ଅନୁମାନ କରୁଥିଲା । ଏନେଇ ସନ୍ତୋଷଙ୍କୁ ଜରା ମଧ୍ୟ କରିଥିଲା ପୁଲିସ । ଜୁନ୍‌ ୧୯ ତାରିଖରେ ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା କରିଥିଲେ । ରଶ୍ମିରେଖାଙ୍କ ମୃତଦେହ ଭୁବନେଶ୍ୱରର ନୟାପଲ୍ଲୀ ଘରୁ ଉଦ୍ଧାର ହୋଇଥିଲା । ରଶ୍ମିରେଖାଙ୍କ ମୃତ୍ୟୁକୁ ନେଇ ପୁଲିସର ସନ୍ଦେହ କରିବା ସହ ପୂର୍ବତନ ପୁରୁଷ ବନ୍ଧୁ ତଥା ଅଭିନେତା ରାଜା ଓ  ସନ୍ତୋଷଙ୍କୁ କମିଶନରେଟ୍‌ ପୁଲିସ ଜେରା କରିଥିଲା ।

Comments are closed.