ଆକ୍ରମଣ ଅଭିଯୋଗରେ ୨ଗିରଫ

ଭୁବନେଶ୍ୱର: କେଳାବସ୍ତିରେ ରହୁଥିବା ଯୁବକକୁ ଆକ୍ରମଣ କରିବା ସହ ତାର ପତ୍ନୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ କେଳାସାହି ବସ୍ତିରେ ରହୁଥିବା କନ୍ଧମାଳ ଜିଲା ଫିରିଙ୍ଗି ଥାନା ଅଞ୍ଚଳର ଗାନ୍ଧି ପ୍ରଧାନ(୨୪) ଓ  ଚନ୍ଦକା ଥାନା ଅଧୀନ ମଳିପଡା ଅଞ୍ଚଳର ଶ୍ରୀକାନ୍ତ ମଙ୍ଗରାଜ(୨୩)।
ସୂଚନା ଅନୁଯାୟୀ,କେଳାସାହି ବସ୍ତିରେ ବାବୁଲା ନାୟକ ରୁହନ୍ତି। କିଛି କାରଣ ନଥାଇ ଅଭିଯୁକ୍ତମାନେ ବାବୁଲାକୁ ଗାଳିମନ୍ଦ କରିବା ସହ ମାଡମାରି ଥିଲେ। ଏହାର ପ୍ରତିବାଦ ବାବୁଲାର ସ୍ତ୍ରୀ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏନେଇ ବାବୁଲା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି।

Comments are closed.