ଆସିଲା ଅଭିନେତା ରାଇମୋହନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ; ଶ୍ୱାସରୁଦ୍ଧ ଯୋଗୁଁ ହୋଇଥିଲା ମୃତ୍ୟୁ

ଭୁବନେଶ୍ୱର: ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ଘଟଣା । ରାଇମୋହନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟ ଅନୁଯାୟୀ ରାଇମୋହନଙ୍କ ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଛି । ଡାକ୍ତରଖାନରୁ ଶବ ବ୍ୟବଚ୍ଛେଦର ରିପୋର୍ଟ କମିଶନରେଟ ପୁଲିସ ପାଖକୁ ଆସିଥିବାରୁ ଏନେଇ ସୂଚନା ରହିଛି । ଗଳାରେ ରଶି ଲାଗିବା କାରଣରୁ ଶ୍ୱାସରୁଦ୍ଧ ହୋଇ ରାଇମୋହନଙ୍କ ମୃତ୍ୟୁ ହୋଇଛି । ଶରୀରରେ ରହିଥିବା ସମାନ୍ୟ କ୍ଷତ ମୃତ୍ୟୁ ପୂର୍ବରୁ ଝୁଲିପଡ଼ିବା ଯୋଗୁ ହୋଇଥିବା କୁହାଯାଇଛି । ରାଇଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନା ରହିଛି ।

Comments are closed.