ଗଡ଼ିଲା ଭୁବନେଶ୍ୱର-ନୟାଗଡ଼ ‘ସେବା ଏକ୍ସପ୍ରେସ’

ନୂଆଦିଲ୍ଲୀ: ଭୁବନେଶ୍ୱର-ନୟାଗଡ଼ ଟାଉନ୍ ‘ସେବା ଏକ୍ସପ୍ରେସ’ ଟ୍ରେନର ଯାତାୟତ ଆରମ୍ଭ ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ମଙ୍ଗଳବାର ନୂଆଦିଲ୍ଲୀଠାରେ ଭିଡିଓ କନ୍‌ଫରେନସିଂ ମାଧ୍ୟମରେ ଏହି ‘ସେବା ଏକ୍ସପ୍ରେସ’ର ଉଦ୍‌ଘାଟନ କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ରେଳମନ୍ତ୍ରୀ ଏହି ଟ୍ରେନ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ। ଭୁବନେଶ୍ଵରରୁ ଏହି ଟ୍ରେନ୍‌ ୬ଟା ୪୦ରେ ବାହାରି ୮ଟା ୪୫ରେ ନୟାଗଡ଼ରେ ପହଞ୍ଚିବ। ସେହିପରି ନୟାଗଡ଼ରୁ ସକାଳ ୬ଟା ୩୦ରେ ବାହାରି ୯ଟାରେ ଆସି ଭୁବନେଶ୍ଵରରେ ପହଞ୍ଚିବ। ଏହି ରେଳ ସଂଯୋଗ ଓଡ଼ିଶାର ସାଧାରଣ ଲୋକ ତଥା ଖୋର୍ଦ୍ଧା ରୋଡ, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା ଏବଂ ବୋଲଗଡ଼ର ଯାତ୍ରୀମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Comments are closed.