ଭୁଲ ଜାଣିଗଲେଣି ରାଜ୍ୟ ସରକାର: ଅପରାଜିତା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । ଅପରାଜିତା କହିଛନ୍ତି ସାଢ଼େ ୪କୋଟି ଓଡ଼ିଆ ଜାଣିଗଲେଣି ରାଜ୍ୟ ସରକାର ଭୁଲ କରିଛନ୍ତି । ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିଛିନା କିଛି କରିବେ । ଯଦି ଭୁଲ ନଥିଲା ରିସେପସନ୍‌ ସେଣ୍ଟର କାହିଁକି ୧୦୦ ମିଟର ବାହାରକୁ ନେଲେ ବୋଲି ପ୍ରଶ୍ନ ବାଢ଼ିଛନ୍ତି ଅପରାଜିତା । ତାହା ସହ ରାତି ଅଧିଆ ଜିପିଆରଏସକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏନଏମଏ କାହିଁକି ବିଲ୍ଡିଂ ଉଚ୍ଚତା କମ୍‌ କରିବା ପାଇଁ ଏସଜେଟିଏକୁ ଚିଠି ଲେଖିଲା ? ଏଥି ସହିତ ଅପରାଜିତା ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ସରକାର ଜାଣିଗଲେଣି ଭୁଲ କରିଛନ୍ତି ।

ସେଥି ପାଇଁ ଏସବୁ କରାଯାଉଛି । ସଠିକ୍ ଓ ସଦ୍‌ ସାହସ ଯଦି ରହିଛି ଦିନରେ ଲୋକଙ୍କ ସାମ୍ନାରେ ସବୁ କରନ୍ତୁ । ସୌନ୍ଦର୍ଯ୍ୟ କରଣ ଯୋଜନା କାର୍ଯ୍ୟକ୍ରମ କରନ୍ତୁ କେହି ବିରୋଧ କରିବେନି । ହେଲେ ନିୟମ ଅନୁସାରେ ହେଉ । ଯେଉଁ ଯୋଜନା ହେଉଛି ପ୍ରଥମେ ପୁରୀ ସାଂସଦଙ୍କୁ ସେହି ଯୋଜନା ସମ୍ପର୍କରେ ଜଣାନ୍ତୁ । ପରେ ଆମକୁ ଜଣାଇବେ ବୋଲି ଅପରାଜିତା କହିଛନ୍ତି ।

Comments are closed.