ଭୁବନେଶ୍ବରରେ ୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୧୩ ଓ ଲୋକାଲ୍‌ କେସ୍ ୬୨ ଚିହ୍ନଟ ହୋଇଛନ୍ତି। ଆଜି ନୟାପଲ୍ଲି ୮, ଖଣ୍ଡଗିରି ୭, ରସୁଲଗଡ଼ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୁଣା ଭୁବନେଶ୍ବର, ସୁନ୍ଦରପଦା ଓ ୟୁନିଟ-୮ରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରେ ମୋଟ ପଜିଟିଭ୍ ସଂଖ୍ୟା ୩୨ହଜାର ୨୩୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୧ହଜାର ୯୭୩ଜଣ ସୁସ୍ଥ ହୋଇଥିବାବେଳେ ୪୮୭ ଆକ୍ଟିଭ୍ କେସ୍ ରହିଛି।

Comments are closed.