ଭୁବନେଶ୍ବରର ବହୁ ଚର୍ଚ୍ଚିତ ଚଉଠି ରାତିରେ ନ୍ୟୁଡ କଲ ମାମଲା, ବୋହୁ ନନ୍ଦିନୀଙ୍କ ନାମରେ ଲାଗିଲା ୪୨୦ ଦଫା

ଭୁବନେଶ୍ବର: ଭୁବନେଶ୍ବରର ବହୁ ଚର୍ଚ୍ଚିତ ଚଉଠି ରାତିରେ ନ୍ୟୁଡ କଲ ମାମଲା। ବୋହୁ ନନ୍ଦିନୀଙ୍କ ନାମରେ ଆଇପିସି ୪୨୦ ଦଫା ଲାଗୁକଲା ପୁଲିସ। ଅପରାଧିକ ଷଡ଼ଯନ୍ତ୍ର ୧୨୦ବି ମାମଲା ବି ରୁଜୁ ହୋଇଛି। ଭରତପୁର ଓ ଲିଙ୍ଗରାଜ ଥାନାରେ ନନ୍ଦିନୀଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଏବେ ବି ଫେରାର ଅଛନ୍ତି ନନ୍ଦିନୀ। ପୁଲିସକୁ ନନ୍ଦିନୀ ଧରାଦେଉନାହାନ୍ତି। ଦେବେ ଏତେ ସବୁ ପରେ ବି ନନ୍ଦିନୀ କେଉଁଠି ସେ ସମ୍ପର୍କରେ ଜଣାପଡ଼ିନି । ବିବାହ ପରଦିନ ସ୍ୱାମୀଙ୍କୁ ମାଡ଼ ମାରି ସୁନା ଅଳଙ୍କାର ଧରି ପଳାଇଥିବା ଅଭିଯୋଗ ନନ୍ଦିନୀଙ୍କ ନାଁରେ ରହିଛି। ଗତ ତିନି ଦିନ ଧରି ଏହି ମାମଲାରେ ତଦନ୍ତ କରାଯାଉଛି। ହେଲେ ଏବେ ବି ତାଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିପାରିନି।

ସୂଚନା ଯୋଗ୍ୟ ଯେ ବାହାଘରର ଠିକ ପରଦିନ ବୋହୂ ଫେରାର ହୋଇଯିବା ଘଟଣା ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଗଲା। ପୁଅ ସେମିତି ବରବେଶରେ ଥାଏ ଆଉ କନ୍ୟା ସେପଟେ ଗାଏବ।ତାପରେ ବରଘର ଲୋକେ ଅଭିଯୋଗ ଆଣିଲେ ଯେ, କନ୍ୟା ଜଣକ ଆଉ ଜଣକ ସହ କଥା ହୋଇ ସୁନା ଓ ଟଙ୍କା ଧରି ଫେରାର ହୋଇଯାଇଛନ୍ତି। କିନ୍ତୁ ଯୁବତୀଜଣକ ଗଣମାଧ୍ୟମରେ ବୟାନ ରଖିଲେ ତାଙ୍କୁ ଜୋରଜବରଦସ୍ତ ବାହା କରାଯାଇଛି ଓ ବାହାଘର ସମୟରେ ସେ ବର ଘର ଲୋକଙ୍କ ଯେଉଁ ବ୍ୟବହାର ଦେଖିଲେ, ସେ ଆଉ ରହିହେବନାହିଁ ବୋଲି ବିଚାର କରି ଚାଲିଆସିଲେ।

Comments are closed.