ଆଶ୍ରୟସ୍ଥଳୀର ଆତ୍ମନିର୍ଭରଶୀଳ ମଣିଷ

ଭୁବନେଶ୍ୱର  : ବସ୍ତୁବାଦ ଦୁନିଆରେ ଲୋକେ ଏବେ ଏକକ ପରିବାରକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଫଳରେ ‌େ‌ଯୗଥ ପରିବାରଗୁଡ଼ିକ ଅଲଗା ହୋଇଯାଉଛି। ‌କେବଳ ସେତିକି ନୁହେଁ ଯେଉଁ ସନ୍ତାନମାନେ ବାହାରେ ଚାକିରି କରୁଛନ୍ତି ସେମାନେ ବୃଦ୍ଧ ବାପା ମା’ଙ୍କୁ ପାଖରେ ରଖିବାକୁ ପସନ୍ଦ କରୁନାହାନ୍ତି। ପରିବାର ସଦସ୍ୟ ଥାଇ ମଧ୍ୟ ବହୁ ବୃଦ୍ଧାବୃଦ୍ଧ ବୟସ୍କମାନେ ନିର୍ଯାତିତ ହୋଇ ଆଶ୍ରୟସ୍ଥଳରେ ଜୀବନ ବିତାଉଛନ୍ତି। ପେଟ ପାଇଁ କେତେବେଳେ ଭିକ ମାଗୁଛନ୍ତି ତ କେତେବେଳେ କାହା ହାତ ​‌େ​‌ଟକା ଖାଦ୍ୟକୁ ଅପେକ୍ଷା କରି ରହୁଛନ୍ତି। ଏଭଳି ଅସହାୟ ଲୋକମାନେ ଭଲରେ ରହିବା ପାଇଁ ସରକାର ବିଭିନ୍ନ ଜାଗାରେ ଆଶ୍ରୟସ୍ଥଳୀ ଖୋଲିଛନ୍ତି। ସେହି ଆଶ୍ରୟସ୍ଥଳୀରେ ଖାଇବାଠାରୁ ଆରମ୍ଭ କରି ନିରାମୟ ଜୀବନ ପାଇଁ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି। ଏହାଛଡ଼ା ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ ସେମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିନେଇ ଓଡ଼ିଶା ପତିିତା ଉଦ୍ଧାର ସମିତି ସହାୟତାର ହାତ ବଢ଼ାଇଛି।

ଏହି ସଂସ୍ଥା ୨୦୧୬ରୁ ରାଜଧାନୀରେ କାର୍ଯ୍ୟକାରୀ କରୁଛି। ରାସ୍ତାର ଅସହାୟଙ୍କୁ ଉଦ୍ଧାର କରି ଗଙ୍ଗନଗରସ୍ଥିତ ସହରାଞ୍ଚଳ ଆଶ୍ରୟସ୍ଥଳୀରେ ରଖୁଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ୫ଜଣ ‌ସ୍ବେଚ୍ଛାସେବୀ ସହରରେ ବୁଲି ଯେଉଁମାନେ ପ୍ରକୃତରେ ବାସହୀନ ସେମାନଙ୍କୁ ଆଣି ଏଠାରେ ରଖୁଛନ୍ତି। ଖାଇବାକୁ ତିନିଓଳି ଦେବା ସହ ଆବଶ୍ୟକ ସମସ୍ତ ଜିନିଷ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଉଛି। ବିଏମ୍‌ସି ପକ୍ଷରୁ ଖାଇବା ପାଇଁ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଉଛି। ବିଭିନ୍ନ ସଂସ୍ଥା ମଧ୍ୟ ଏଠାରେ ସହଯୋଗର ହାତ ବଢ଼ାଇ ଥାଆନ୍ତିି। ସେଠାରେ ୫୫ଜଣ ଅ​‌େ​‌ନ୍ତବାସୀଙ୍କ ପାଇଁ ଖଟର ବ୍ୟବସ୍ଥା ରହିଛି । ସମିତି ପକ୍ଷରୁ ସେମାନଙ୍କର ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଦିଆଯାଇଛି ବୋଲି ସେକ୍ରେଟାରୀ ଆଭାରାଣୀ ଚୌଧୁରୀ କହିଛନ୍ତି।

ପର କଲେ ଘରଲୋକ : ୩୫ ବର୍ଷୀୟ ଯୁବକ ତ୍ରିନାଥ ରଣବୀର। ପୁରୀଜିଲା ସତ୍ୟବାଦୀ କଣାସ ଗାଁରେ ଘରଦ୍ବାର ା ବାପା ମା’, ଭାଇଭଉଣୀଙ୍କୁ ନେଇ ହସଖୁସିର ପରିବାର। ଜନ୍ମରୁ ଭିନ୍ନକ୍ଷମ ଥିବାରୁ ଘର ଲୋକେ ତାଙ୍କୁ ଘରୁ ବାହାର କରିଦେଇଥିଲେ। ଆର୍ଥିକ ପରିସ୍ଥିତିକୁ ସୁଧାରିବା ପାଇଁ ସେ ଭୁବନେଶ୍ବର ଚାଲିଆସିଥିଲେ। ଏଭଳି ଅବସ୍ଥାରେ ଆଶ୍ରୟସ୍ଥଳୀରେ ଆସି ପହଞ୍ଚିଥିଲେ। ଯୁବାବସ୍ଥା ଥିବାରୁ ସେଠାରେ ବସି ରହିବାକୁ ସେ ପସନ୍ଦ କରୁନଥିଲେ। ଆର୍ଥିକ ପରିସ୍ଥିତି ସୁଧାରିବା ପାଇଁ କିଛି ଟଙ୍କା ରୋଜଗାର କରିବାକୁ ଆରମ୍ଭ କରିଥିଲେ। ଭିନ୍ନକ୍ଷମ ହୋଇ ମଧ୍ୟ ନିଜେ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା ଆରମ୍ଭ କରିଦେଇଛନ୍ତି। ଗଙ୍ଗନଗରସ୍ଥିତ ସହରାଞ୍ଚଳ ଆଶ୍ରୟସ୍ଥଳୀକୁ ପତିିତା ଉଦ୍ଧାର ସମିତି ପକ୍ଷରୁ ଗୋଟିଏ ଓଜନ ମାପ ଯନ୍ତ୍ର ଯୋଗାଇ ଦେଇଛନ୍ତି। ଏହି ଯନ୍ତ୍ରକୁ ମାର୍କେଟ ବିଲ୍ଡିଂରେ ପକାଇ ଟଙ୍କା ରୋଜଗାର କରିପାରୁଛନ୍ତି। ସେଠାରେ ଥିବା ଜଣେ ମହିଳାଙ୍କୁ ମଧ୍ୟ ସେ ବିବାହ କରିଛନ୍ତି।

ଦୁନିଆରେ କିଏ ବା ନିଜର : କୁହାଯାଏ ବାର୍ଦ୍ଧକ୍ୟର ଆଶାବାଡ଼ି ହେଉଛନ୍ତି ପୁଅଝିଅ। ସେମାନଙ୍କ ମୁହଁକୁ ଚାହଁି ଚାହିଁ ଜୀବନର ଶେଷ ସମୟ ବିତାଇବାକୁ ଇଚ୍ଛା ଥିଲେ ମଧ୍ୟ ଝିଅ ଘରେ ଏତେ ଦିନ ଧରି ରହିବାକୁ ଚାହଁୁ ନଥିଲେ କଲକାତାର ୬୫ ବର୍ଷ ବୟସ୍କ ସାରଥି ଦତ୍ତ। ସେ ଝିଅ ଘରେ ରହୁଥିବାରୁ ପାରିବାରିକ ଅଶାନ୍ତି ବଢ଼ିଥିଲା। ସେଥିପାଇଁ ସେ କଲକାତାରୁ ଭୁବନେଶ୍ବରକୁ ପଳେଇ ଆସିଥିଲେ। ରାସ୍ତା ଦୁର୍ଘଟଣାରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ସେ କୌଣସି କାର୍ଯ୍ୟ କରିବା ପରିସ୍ଥିତିରେ ନଥିଲେ। ୨୦୧୭ରେ ତାଙ୍କୁ ଆଶ୍ରୟସ୍ଥଳୀର କର୍ମଚାରୀ ଏଠାକୁ ନେଇ ଆସିଥି‌େ‌ଲ। ଦେହ ଭଲ ହେବା ପରେ ନିଜେ କିଛି କରିବାକୁ ଭାବିଥିଲେ। ସେଠାରେ ପରିବେଶ ପ୍ରଦୂଷଣ ରୋକିବା ପାଇଁ ପେପର ବ୍ୟାଗ୍‌ ତିଆରି କରିଥିଲେ। ଆଖପାଖ ଦୋକାନରେ ପେପର ବ୍ୟାଗ୍‌ ଯୋଗାଇ ଦିଅନ୍ତି। ଯାହା ରୋଜଗାର ହୁଏ ସେଥିରୁ ସେ ନିଜ ଖର୍ଚ୍ଚ ଉଠାଇପାରୁଛନ୍ତି ବୋଲି ସେ କୁହନ୍ତି।

ଝିଅକୁ ଉଚ୍ଚଶିକ୍ଷା ପ୍ରଦାନ ଲକ୍ଷ୍ୟ : କୋଳରେ ଦୁଇମାସର ଛୋଟ ଛୁଆ। ପାଖରେ ଖାଇବାକୁ ଟଙ୍କାଟିଏ ନାହିଁ। ଛୋଟ ଛୁଆକୁ ନେଇ କୁଆଡ଼େ ଯିବେ ? ସ୍ବାମୀଙ୍କ ନିର୍ଯାତନା ସହିପାରିନଥିଲେ ୩୦ବର୍ଷର ପୂଜା ସିଂ। ସ୍ବାମୀ ଘରୁ ବାହାର କରିଦେବା ପରେ ରାସ୍ତା କଡ଼ରେ ସେମିତି ଓଦା ହୋଇବସିଥିଲେ। ଭୀମପୁର ରାସ୍ତା ଦେଇ ଆଶ୍ରୟସ୍ଥଳୀର ଅଧିକାରୀ ତାଙ୍କୁ ଦେଖିଥିଲେ। ସେଠାରୁ ଆଣି ତାଙ୍କର ଚିକିତ୍ସା କରି ଆଶ୍ରୟସ୍ଥଳୀରେ ରଖିଥିଲେ। ଏବେ ତାଙ୍କର ଝିଅକୁ ଦୁଇ ବର୍ଷ ହୋଇଗଲାଣି। ନିଜ ଝିଅକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଆଖପାଖର କିଛି ଲୋକଙ୍କ ଘରେ କାମ କରୁଛନ୍ତି। ଫାଙ୍କା ସମୟ ପାଇଲେ ପାପୋଛ ତିଆରି କରି ବଜାରକୁ ଦେଉଛନ୍ତି। ସେଥିରୁ ଯାହା ରୋଜଗାର ହେଉଛି ସେ ବ୍ୟାଙ୍କରେ ଖାତାଖୋଲି ଝିଅ ନାଁରେ ରଖୁଛନ୍ତି। ଏଠାରେ ତାଙ୍କୁ ନୂତନ ଜୀବନ ମିଳିଛି ବୋଲି ସେ କୁହନ୍ତି।

Comments are closed.