୨୩ରୁ ସର୍ବଭାରତୀୟ ସାନ୍ତାଳୀ ଲେଖକ ମହାସମ୍ମିଳନୀ ; ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା କାଲି  ଭୁବନେଶ୍ବରରେ ସର୍ବଭାରତୀୟ ସାନ୍ତଳୀ ଲେଖକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମକୁ ରବୀନ୍ଦ୍ର ମଣ୍ଡପରେ ସନ୍ଧ୍ୟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏହି ୨ ଦିନିଆ ଲେଖକ ସମାବେଶରେ ବିହାର , ପଶ୍ଚିମ ବଙ୍ଗ, ଆସାମ, ଝାରଖଣ୍ଡ, ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ସହସ୍ରଧିକ ଲେଖକ , ବୁଦ୍ଧିଜୀବୀ ଓ ପ୍ରତିନିଧି ସମବେତ ହେବେ।

ସର୍ବଭାରତୀୟ ସାନ୍ତାଳୀ  ଲେଖକ ସଂଘର ଏହି ମହାସମ୍ମିଳନୀ ଭୁବନେଶ୍ବରରେ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନ ‘ ଆଦିମ ଅଓ୍ବାର ଜାରପା’ ଆନୁକୁଲ୍ୟରେ  ଆୟୋଜିତ ହେଉଛି। ଏହି ସମାରୋହରେ ସାନ୍ତାଲୀ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ବିବିଧ ଆଲୋଚନା ହେବ । ଏହି ସମ୍ମିଲନୀର ସଫଳତା ନିମନ୍ତେ ରାଜସ୍ବ ଓ ବିପର୍ଯ୍ୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ତିଙ୍କ ତତ୍ତ୍ବବଧାନରେ ଉଦ୍ୟମ ଜାରି ରହିଛି।

Comments are closed.