ଥାଲାସେମିଆ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ସମାଜସେବୀ

ଭୁବନେଶ୍ୱର :ଦୁନିଆର ଭଲମନ୍ଦ କଣ ଜାଣିବା ଆଗରୁ ମା ଆରପାରିକୁ ଚାଲିଗଲା। ଦିନ ମଜୁରିଆ ବାପା ଯାହା କିଛି ଆଣନ୍ତି। ମାତ୍ର ଲକଡାଉନ ପରଠାରୁ କାମଧନ୍ଦା ମିଳିଲାନି। ଅଭାବ ଅନଟନ ଭିତରେ ଥାଲାସେମିଆ ଆକ୍ରାନ୍ତ ଦୁଇ ଝିଅଙ୍କ ଚିକିତ୍ସା କିପରି କରିବେ ସେ ନେଇ ଚିନ୍ତାରେ ଥିଲେ ଚନ୍ଦକା ଫିରିକିନାଳୀର ଚକ୍ରଧର ଦେଓଗାମ। ଦୁଇ ଝିଅ ପୂଜା (୭) ଓ ନନ୍ଦିନୀ (୪) ଥାଲାସେମିଆରେ ଆକ୍ରାନ୍ତ। ପ୍ରତିମାସରେ ରକ୍ତ ଦରକାର ପଡିଥାଏ। କାମଧନ୍ଦା କରୁଥିବା ବେଳେ ଯେନତେନ ପ୍ରକାରେ ରକ୍ତ ଯୋଗାଡ ହୋଇଯାଉଥିଲା। ମାତ୍ର ରୋଜଗାର ବନ୍ଦ ପରେ ଧାରଉଧାର କରି ଦୁଇଝିଅଙ୍କ ଜୀବନ ବଞ୍ଚାଇଥିଲେ। ପରିସ୍ଥିତି ଏପରି ହେଲା ଯେ ଘରର ଜିନିଷପତ୍ର ବିକ୍ରି କରି ରକ୍ତ ଯୋଗାଡ କରିଥିଲେ। ପୂଜା ଓ ନନ୍ଦିନୀଙ୍କ ସମ୍ପର୍କରେ ଜଣେ ଗଣମାଧ୍ୟମ ପ୍ରତିନିଧି ଜାଣିବାକୁ ପାଇଥିଲେ। ଏ ନେଇ ସେ ଭୁବନେଶ୍ୱରର ଯୁବ ସମାଜସେବୀ ବାପୁନ ମେକାପଙ୍କୁ ଜଣାଇଥିଲେ। ବାପୁନ ଫିରିକିନାଳୀ ଯାଇ ଦୁଇ ଝିଅଙ୍କ କଥା ବୁଝିବା ସହ ସେମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏଥିସହ ସେମାନଙ୍କୁ ପ୍ରତି ମାସରେ ରକ୍ତ ଯୋଗାଇ ଦେବା ସହ ଆଗାମୀ ଦିନରେ ଉଭୟଙ୍କ କିଛି ଅସୁବିଧା ହେବନାହିଁ ବାପୁନ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.