ଭୁବନରେ ସଟଡାଉନ କଡାକଡି

ଭୁବନ : ଅଗଷ୍ଟ ମାସର ଆଜି ଥିଲା ଦ୍ୱିତୀୟ ସଟଡାଉନ ଦିବସ। ଭୁବନରେ ସମୁଦାୟ ୫ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇ ଏବେ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସଂପର୍ଶରେ ଆସିଥିବା ଓ କ୍ୱାରେଟାଇନରେ ଥିବା ମୋଟ ୯୭ ଜଣ ବ୍ୟକ୍ତିଙ୍କର ଗତକାଲି ସ୍ୱାବ ନମୁନା ସଂଗ୍ରହ କରାଯାଇଛି। ଗୋଷ୍ଠୀ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଥିବା ବେଳେ ପୋଲିସ ତରଫରୁ ଆଜି ସଟଡାଉନକୁ କଡାକଡି କରାଯାଇଥିଲା। ଆଇଆଇସି ଜିତେନ୍ଦ୍ର କୁମାର ସାହୁ ,ଏଏସଆଇ ପ୍ରଭାତ ନାୟକ ଓ ପୋଲିସ କର୍ମଚାରୀଙ୍କୁ ସଙ୍ଗରେ ନେଇ ଭୁବନ ର ବିଭିନ୍ନ ଗଳିକନ୍ଦିରେ ପୋଲିସ ପେଟ୍ରୋଲିଂ କରିବା ସହିତ କାଳୀବଜାର,ନୂଆବଜାରରେ ସଂଧ୍ୟାରେ ଅମାନିଆ ଗାଡି ଚାଳକ (ବାଇକ ଆରୋହୀ) ଙ୍କୁ ଅଟକାଇ ପଚରାଉଚରା କରିବା ସହିତ ତାଗିଦ କରୁଥିବା ଦେଖିବାକୁ ମିଳିଥିଲା ଓ ହେଲମେଟ,ମାସ୍କ ପିନ୍ଧି ନଥିବା ଚାଳକଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରାଯାଇଥିଲା।

Comments are closed.