ଦୁଇ ପରିବାର ମଧ୍ୟରେ ଖଣ୍ଡ ଯୁଦ୍ଧ, ୬ ମୃତ

ଭୋପାଳ : ମଧ୍ୟପ୍ରଦେଶ ମଣ୍ଡଳ ଜିଲ୍ଲାରେ ସୋମବାର ଦୁଇ ପରିବାର ମଧ୍ୟରେ ବିବାଦ ପରେ ଖଣ୍ଡ ଯୁଦ୍ଧ ହୋଇଥିବା ଜଣାପଡ଼ିଛି। ଦୁଇ ପରିବାର ପରସ୍ପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଫଳରେ ୬ ଜଣଙ୍କର ପ୍ରାଣ ଯାଇଛି। ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏହି ଘଟଣା ସୋମବାର ସନ୍ଧ୍ୟାରେ ମଣ୍ଡଳ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ବିଜାଦାଣ୍ଡି ପୁଲିସ ଥାନା ଅନ୍ତର୍ଗତ ମେନେରୀ ଗ୍ରାମରେ ଘଟିଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ମଣ୍ଡଳ ଜିଲ୍ଲାର ଅତିରିକ୍ତ ପୁଲିସ ଅଧୀକ୍ଷକ ବିକ୍ରମ ସିଂ କୁଶୱା କହିଛନ୍ତି ଯେ ଏପର୍ଯ୍ୟନ୍ତ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ୬ ଜଣଙ୍କୁ ହରିଶ ସୋନି ଏବଂ ତାଙ୍କ ସାନଭାଇ ସାନ୍ତୋଶ ସୋନି ହତ୍ୟା କରିଛନ୍ତି। ଉଭୟ ଅଭିଯୁକ୍ତ ସୁନ୍ଦର ସୋନିଙ୍କ ପୁଅ।

Comments are closed.