୪ବର୍ଷର ଶିଶୁକୁ ଘେରି କାମୁଡ଼ିଲେ ୫ କୁକୁର

ଭୋପାଳ: ୪ବର୍ଷର ଶିଶୁକୁ ଘେରି ଟାଣିନେଲେ ୫ ବୁଲା କୁକୁର । ଦିନରେ ରାସ୍ତା ଉପରେ ପିଲାଟିକୁ ଘେରିଯିବା ସହ ତଳେ ପାକାଇ କାମୁଡୁଥିବା ଦେଖିବାକୁ ମିଳିଛି । ଏପରି ଏକ ଭଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଡିଭିଓଟି ଏକ ସିସିଟିଭିର ହୋଇଥିବା ଜଣାପଡ଼ିଛି । ମଧ୍ୟପ୍ରଦେଶର ଭୋପାଲରୁ ଏପରି ଏକ ଚିତ୍ର ଆସିଥିବା ବେଳେ, ଜଣେ ବ୍ୟକ୍ତି ଶିଶୁଟିକୁ କୁକୁର କବଳରୁ ବଞ୍ଚାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ଭିଡିଓଟିରେ କୁନି ଝିଅଟି ଦୌଡ଼ି ଦୌଡି ଘରକୁ ଯାଉଥିଲେ । ହଠାତ୍‌ ୫ଟି କୁକୁର ଝିଅଟିକୁ ଘେରିଯିବା ସହ ଚାରିପଟୁ ଆକ୍ରମଣ କରିଥିଲେ । ପିଲାଟିର ମୁହଁ, ମୁଣ୍ଡ, ଗୋଡ, ହାତକୁ କାମୁଡ଼ି ଚାଲିଥିଲେ । ପିଲାଟିର ଚିତ୍କାର ଶୁଣି ଜଣେ ବ୍ୟକ୍ତି ଶିଶୁଟିକୁ ଉଦ୍ଧାର କରିଥିଲେ ।

Comments are closed.