ମନ ନେଇଗଲେ ଭୂମିକା

ଭୁବନେଶ୍ୱର : ଓଲିଉଡର ଚୁଲବୁଲି ନାୟିକା ଭୂମିକା ମନ ନେଇଗଲେ। ତାଙ୍କୁ ଝୁରି ହେଉଛନ୍ତି ଜଣେ ନୂଆ ନାୟକ। ଏ ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ନିର୍ମିତ ହେଉଛି ନୂଆ ଓଡ଼ିଆ ଚିତ୍ର ‘ମନ ମୋ ନେଇଗଲୁରେ।’ ସୁମା ରିଅଲ ମିଡ଼ିଆ ନିବେଦିତ ଏହି ଚିତ୍ରର ପ୍ରଯୋଜନାରେ ସୁନୀଲ କୁମାର ଦାସ ଥିବାବେଳେ କାହାଣୀ ରଚନା କରିଛନ୍ତି ଦିଲୀପ କୁମାର ଦାସ। ନିର୍ଦେଶନାରେ ସଞ୍ଜୟ ନାୟକ ଥିବାବେଳେ ସ୍ବର ସଂଯୋଜନା କରିଛନ୍ତି ବୈଦ୍ୟନାଥ।

କଲେଜ ଜୀବନରେ ବାଟବଣା ହେଉଥିବା ଯୁବପିଢ଼ିଙ୍କୁ ଏହି ଚିତ୍ର ନୂତନ ଦିଗ୍‌ଦର୍ଶନ ଦେବ ବୋଲି କୁହାଯାଉଛି। ଭୂମିକାଙ୍କ ବିପକ୍ଷରେ ଜଣେ ନୂଆ ମୁହଁ ନାୟକ ଭୂମିକାରେ ଅବତୀର୍ଣ୍ଣ ହେବେ। ଅନ୍ୟମାନଙ୍କ ମଧ୍ୟରେ ଗୁଡୁ, ଜ୍ଞାନ, ପ୍ରେମାଞ୍ଜନ ପରିଡ଼ା, ଅଶ୍ରୁମୋଚନ, ବିଜୁ ବଡ଼ଜେନା, ଜୀବନ ପଣ୍ଡା ପ୍ରମୁଖ ଏଥିରେ ଅଭିନୟ କରୁଛନ୍ତି।

Comments
Loading...