ଏକାଠି ହେବେ କାର୍ତ୍ତିକ-କିୟାରା : ଦଶହରାରୁ ଶୁଟିଂ ଆରମ୍ଭ

ମୁମ୍ବଇ : ୨୦୦୭ରେ ପରଦାକୁ ଆସିଥିବା ସୁପରହିଟ୍‍ ହରର୍‍-କମେଡ଼ି ଚଳଚ୍ଚିତ୍ର ‘ଭୁଲ୍‍ ଭୁଲୈୟା’ର ସିକ୍ୱେଲ ନିର୍ମାଣକୁ ନେଇ ଏବେ ପ୍ରସ୍ତୁତି ଜୋର ଧରିଛି। ଏଥିରେ କାର୍ତ୍ତିକ ଆର୍ଯ୍ୟନ୍‍ଙ୍କୁ ନାୟକ ଭୂମିକାରେ ଦେଖିବାକୁ ମିଳିବ ଏବଂ ତାଙ୍କ ସହିତ କିୟାରା ଆଡ଼ଭାଣୀ ନାୟିକା ଭାବେ ନଜର ଆସିବେ। ତେବେ ଏହି ଦଶହରାଠାରୁ ଅର୍ଥାତ୍‍ ଅକ୍ଟୋବର ୮ ତାରିଖରୁ ‘ଭୁଲ୍‍ ଭୁଲୈୟା-୨’ର ଶୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ପ୍ରିୟଦର୍ଶନ ‘ଭୁଲ୍‍ ଭୁଲୈୟା’ର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଅକ୍ଷୟ କୁମାର ଓ ବିଦ୍ୟା ବାଲନ ନାୟକ-ନାୟିକା ଭାବେ ନଜର ଆସିଥିଲେ। ଏବେ ‘ଭୁଲ୍‍ ଭୁଲୈୟା-୨’ମାଧ୍ୟମରେ କାର୍ତ୍ତିକ ଓ କିୟାରା ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ। ଭୂଷଣ କୁମାର ଏହାର ପ୍ରଯୋଜନା ଭାର ବହନ କରିଥିବା ବେଳେ ଅନୀଶ ବାଜ୍‍ମୀଙ୍କ ଏହାର ନିର୍ଦ୍ଦେଶନା ଦେବେ। କିଛିଦିନ ତଳେ ‘ଭୁଲ୍‍ ଭୁଲୈୟା-୨’ର ମୋଶନ ପୋଷ୍ଟର ମଧ୍ୟ ରିଲିଜ୍‍ ହୋଇଥିଲା। ପୋଷ୍ଟରରେ କାର୍ତ୍ତିକ ‘ଭୁଲ୍‍ ଭୁଲୈୟା’ର ଅକ୍ଷୟ କୁମାରଙ୍କ ଭଳି ଲୁକ୍‌ରେ ନଜର ଆସିଥିଲେ।

Comments are closed.