ପର୍ଯ୍ୟଟକଙ୍କ ପାଇଁ ଖୁସିଖବର; ୫ରୁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା: ଦୀର୍ଘ ତିନି ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା। ଆସନ୍ତା ୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

କୋଭିଡ୍ ନିୟମ ପାଳନ କରି ପର୍ଯ୍ୟଟକମାନେ ଭିତରକନିକା ଆସି ବୁଲାବୁଲି କରିପାରିବେ। ମାତ୍ର ଭିତରକନିକା ଭିତରେ ରାତ୍ରିଯାପନ ପାଇଁ ଅନୁମତି ମିଳିବ ନାହିଁ। ମାସ୍କ ନ ପିନ୍ଧିଲେ ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ।

ଭିତରେ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବେ । ବାରମ୍ବାର ହାତକୁ ସାନିଟାଇଜ୍‌ କରିବେ ପର୍ଯ୍ୟଟକ ଓ ଅଭୟାରଣ୍ୟ କର୍ମଚାରୀ ।

Comments are closed.