ଡିସେମ୍ବର ୨୬ ରୁ ଜାନୁଆରୀ ୪ ପର୍ଯ୍ୟନ୍ତ ଭିତରକନିକା ବନ୍ଦ

ରାଜନଗର:  ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀରଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ା ଆସନ୍ତା ଡିସେମ୍ବର ୨୬ରୁ ଜାନୁଆରୀ ୪ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ। ଭିତରକନିକାର ନଦୀନାଳ ବିଶେଷକରି ରାଜନଗର ବନଖଣ୍ଡ ଅନ୍ତର୍ଗତ ରାଜନଗର ରେଂଜ, କନିକା ରେଂଜ, ଗହୀରମଥା ଓ କୁଜଙ୍ଗ ରେଂଜରେ ଏଡି ଗଣନା କରାଯିବ। ତେଣୁ ପର୍ଯ୍ୟଟକଙ୍କ ପାଇଁ ଏହି ସମୟ ଜାତୀୟ ଉଦ୍ୟାନ ବନ୍ଦରହିବ ବୋଲି ବନଖଣ୍ଡ ଅଧିକାରୀ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି। କୁମ୍ଭୀର ବିଶାରଦ ଡଃ ସୁଧାକର କରଙ୍କ ତତ୍ତ୍ବାବଧାନରେ ଗଣନା କରାଯିବ ବୋଲି ଜଣାପଡିଛି।

Comments are closed.